ସୋନପୁର (ସର୍ଜନ କୁମାର ପାଣ୍ଡେ) ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗାଁ ମଝିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ଅଛି । ବେଳେବେଳେ ଏଥିରୁ ନିଆଁ ବାହାରୁଥିବା ରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହା ନିକଟରେ ଘର ଥିବାରୁ ପରିବାର ଲୋକେ ଭୟରେ ରହୁଛନ୍ତି । ଏହି ଟ୍ରାନ୍ସଫର୍ମର ଟି ଗୋଟିଏ ମାତ୍ର ପୋଲରେ ରହିଛି । କେତେବେଳେ ଯେ ଢଳିପଡି ଜୀବନହାନି ଘଟିବ ତାହା କହି ହେବନାହିଁ । ଏସମ୍ପର୍କରେ ଗ୍ରାମ ବାସିନ୍ଦା ଖାରୀ ସେକ୍ସନ ବିଦ୍ୟୁତ ଅଧିକାରୀଙ୍କୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର ଓ କେବୁଲ ଯୋଗେ ଗାଁକୁ ବିଦ୍ୟୁତ ଯୋଗେଇବାକୁ ଅଭିଯୋଗ କରିଥିଲେ । ମଧ୍ଯ ଆଜି ପର୍ଯ୍ୟନ୍ତ ଏହା ସ୍ଥାନାନ୍ତର ହୋଇନାହିଁ । ଏହାକୁ ତୁରନ୍ତ ସ୍ଥାନାନ୍ତର ନକଲେ ଗ୍ରାମବାସୀ ଆଗାମୀଦିନରେ ଖାରୀ ସେକ୍ସନ ଅଫିସ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Post a Comment