ବୌଦ୍ଧ ଜିଲ୍ଲା ରେ ଅସୁରକ୍ଷିତ ବନ୍ୟପ୍ରାଣୀ : ପ୍ରାଣୀ ବନ୍ୟପ୍ରାଣୀ ଶିକାର ରହସ୍ୟ ଉନ୍ମୋଚନ

ବାଘ ପଞ୍ଝା ସହ ଲୋମ, ହାଡ଼ ଓ ଦେଶୀ ବନ୍ଧୁକ ଜବତ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ବନ ଖଣ୍ଡ ରେ ସୁରକ୍ଷିତ ନୁହଁନ୍ତି ବନ୍ୟ ପ୍ରାଣୀ । କିଛିଦିନ ତଳେ ବାଘ. କୁଟୁରା , ସମ୍ବର ଛାଲ ଜବତ ସହ ଶିକାରୀ ଗିରଫ. ତାପରେ ଦୁଇ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଚାଲାଣ କାରି ଗିରଫ ଘଟଣା ଜିଲ୍ଲା ତଥା ରାଜ୍ୟ ରେ ଚହଳ ପଡ଼ିଥିବା ଓ ମନରୁ ଅପାଶୁର ହୋଇଥିବା ବେଳେ ପୁଣି ସୋମବାର ଦିନ ଭୋର ସକାଳୁ ବୌଦ୍ଧ ବନ ଖଣ୍ଡ ଅଧିନସ୍ତ ମାଧପୁର ରେଞ୍ଜ ତଳଗାଁ ପଞ୍ଚାୟତ ବଡ଼ ଖଜୁରୀଠାରେ ବନ ବିଭାଗ ଓ ଏସ. ଟି.ଏଫ, ଏବଂ ବନ୍ୟ ପ୍ରାଣୀ ବିଭାଗ ର ମିଳିତ ଚଢ଼ାଉ ରେ ଗ୍ରାମର ବିଶ୍ଵାମିତ୍ର ମାଝୀ (୪୫) ଙ୍କୁ ବନ୍ୟ ପ୍ରାଣୀ ଶିକାରୀ ଭାବେ ଗିରଫ କରିବା ସହ ଶିକାରୀ ପାଖରୁ ଏକ କେଜି ଗ୍ରାମ ର ପୋତା ମୁଣ୍ଡ ହାଡ଼, ଲୋମ ସହିତ ଏକ ଦେଶୀ ବନ୍ଧୁକ,ଓ ଶିକାର ଉଦେଶ୍ୟ ରେ ବ୍ୟବହାର ହେଉଥୁବା ୨ଗୋଟି ଟାଙ୍ଗିଆ, ଏକ ଗୋଟି କଟୁରୀ, ଜବତ କରିଥିବା ଜଣାପଡିଛି । ଘଟଣା କୁ ନେଇ ବିଭାଗ ର ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ଶିକାରୀ ବିଶ୍ଵାମିତ୍ର ମାଝୀ ଏକ ବାଘ ଶିକାର କରି ବାଘ ର ପଞ୍ଝା କୁ ବିକ୍ରି ଉଦେଶ୍ୟ ରେ ଦଶପଲ୍ଲା ଅଞ୍ଚଳ ରେ ଗତକାଲି ବିଳମ୍ବିତ ରାତିରେ ଡିଲକରି ବିକ୍ରି କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ଏସମ୍ପର୍କ ରେ ଏସ ଟିଏଫ ଟିମ ଗ୍ରରାହକ ଦଶପଲ୍ଲା ଅଂଚଳ ରେ କାବୁ କରିଥିଲା । ଗ୍ରାହକ ର ପରିଚୟ ଲୁକାୟତ ରଖିଥିବା ବେଳେ ଉକ୍ତ ଗ୍ରାହକ ଶିକାରୀ ର ସମ୍ପୂର୍ଣ୍ଣ ପରିଚୟ ଦେବାପରେ ଅଧିକ ତଦନ୍ତ ପାଇଁ ମାଧପୁର ରେଞ୍ଜ ବଡ଼ ଖଜୁରୀ ଗ୍ରାମ ର ଶିକାରୀ ବିଶ୍ଵାମିତ୍ର ମାଝୀ କୁ ଗିରଫ କରି ବାଘ ଶିକାର ସମ୍ପୂର୍ଣ୍ଣ ରହସ୍ୟ ଜାଣିବା ସହ ଦଶପଲ୍ଲା ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଏହି ତଦନ୍ତ ରେ ଏସିଏଫ ଆଶିଷ କଁହର, ମାଧପୁର ରେଞ୍ଜର ପ୍ରବୀଣ ମହାକୁଡ଼, ଫରେଷ୍ଟର ସଂସାର ବର୍ଗିଆ, ଙ୍କ ସମେତ ଦଶପଲ୍ଲା ବନ ବିଭାଗ ଓ ବନ୍ୟ ପ୍ରାଣୀ ବିଭାଗ ସାମିଲ ଥିବାନେଇ ବିଭାଗ ପକ୍ଷରୁ ଜଣାପଡିଛି ।

Post a Comment

Previous Post Next Post