ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଳି ଛକ ନିକଟରେ ସଡକ ଦୁର୍ଘଟଣା । ଟ୍ରାକ୍ଟର କୁ ପିଟିଲା ଟ୍ରାଭେଲର ଫଳରେ ୧୦ ଜଣ ଗୁରୁତର । ସମସ୍ତ ଗୁରୁତର ଙ୍କୁ ଡୁଙ୍ଗୁରିପାଲି ମେଡିକାଲ ରେ ଭର୍ତ୍ତି । ସୂଚନା ଅନୁଯାଇ ଖୁଜେନପାଲି ନିକଟ ପରପିଟା ଗାଁର କିଛି ଲୋକ ଚନ୍ଦ୍ରହାସିନୀ କୁ ପୁଅର ଚୁଟି ପକାଇବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଚେରୁପାଲି ନିକଟରେ ଟ୍ରାଭେଲର ଏକ ଟ୍ରାକ୍ଟରକୁ ପଛପଟରୁ ଧକ୍କା ଦେବାରୁ ଟ୍ରାକ୍ଟର ଟି ରାସ୍ତାକଡରେ ଥିବା ଏକ ଘରଭିତରକୁ ମାଡିଗଲା ଫଳରେ ଘର ଆଗରେ ବସିଥିବା ୫ଜଣ ଆହତ ହୋଇଥିବା ବେଳେ ଟ୍ରାଭେଲର ଧକ୍କାଦେବା ସମୟରେ ଗାଡିରେ ବସିଥିବା ଯାତ୍ରି ମାନେ ଗାଡିଭିତରେ ପିଟି ହୋଇ ଗୁରୁତର ଆହତ ହୋଇଥିବା ଜଣା ଯାଇଛି । ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସମସ୍ତ ଗୁରୁତର ଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଗୁରୁତର ଅହତମାନଙ୍କୁ ବୁର୍ଲାମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ଟ୍ରାଭେଲର ଗାଡିରେ ୨୮ଜଣ ଯାତ୍ରି ବସିଥିବା ବେଳେ ଅନ୍ୟ ଯାତ୍ରିମାନେ ସୁସ୍ଥ ଥିବା ଜଣାପଡିଛି । ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଂଚି ଅଧିକ ତଦନ୍ତ କରୁଛି ।

Post a Comment