ମନ କି ବାତ ୧୦୦ତମ ସଂସ୍କରଣର ସଫଳ ରୂପାୟନ ନିମନ୍ତେ ପ୍ରସ୍ତୁତି ବୈଠକ


ଜଳେଶ୍ବର,୨୨/୦୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ରାଇବଣିଆ ଭାଜପା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମନ କି ବାତ କାର୍ଯ୍ୟକ୍ରମର ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ଯୁକ୍ତ ସିଦ୍ଧାର୍ଥ ଶଙ୍କର ପାଳ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ସଫଳ ରୂପାୟନ  କରିବା ସଙ୍ଗେସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଓ ଅଖଣ୍ଡ ଭାରତ ଗଠନ ବିଷୟରେ ଦିଗଦର୍ଶନ ଦେଇଥିଲେ। ପ୍ରତ୍ୟେକ ବୁଥ ସ୍ତରରେ ମନ କି ବାତ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ନିମନ୍ତେ ସମସ୍ତ ଶକ୍ତିକେନ୍ଦ୍ରର କାର୍ଯ୍ୟ କର୍ତ୍ତା ମାନେ ସପଥ ନେଇଥିଲେ। ଏହି ବୈଠକରେ ୭ ନମ୍ବର ଜୋନ୍ ରାଇବଣିଆ ମଣ୍ଡଳର କାର୍ଯ୍ୟକାରୀ ସଭାପତି ଶ୍ରୀ ତରୁଣ ପଟ୍ଟନାୟକ ଉକ୍ତ ପ୍ରସୂତି ବୈଠକର ପରିଚାଳନା କରିଥିବାବେଳେ ହୃଷିକେଶ ବାରିକ ରାଇବଣିଆ ମଣ୍ଡଳର ମନ କି ବାତ କାର୍ଯ୍ୟକ୍ରମର ସଂଯୋଜକ ସହିତ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post