ଭବାନୀପାଟଣା :(ଶ୍ୟାମସୁନ୍ଦର ମାଝୀ) ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଠାରେ ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଓ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମିଳିତ ଉଦ୍ୟମ ରେ ଗାଁ ର ଫରେଷ୍ଟ ଅଫିସ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି । କ୍ଲବ ର ସଦସ୍ୟ / ସଦସ୍ୟା ମାନଙ୍କୁ ନେଇ ଗାଁ ରେ ଏକ ରାଲି କରାଯାଇଥିଲା । ରାଲି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ର ଉଚିତ ଯତ୍ନ ନେବାକୁ ବୁଝାଇଥିଲେ ସଦସ୍ୟ ମାନେ । ଲିମପଡା ଠାରୁ ଶବରପଡା ପ୍ରଯ୍ୟନ୍ତ ରେଲି ଅନୁଷ୍ଠିତ ହୋଇଥିଲା । ପରେ ସଭାପତି ଶ୍ରୀମତୀ ଜୁଲି ଯୋଶୀ ଙ୍କ ନେତୃତ୍ୱ ରେ ଫରେଷ୍ଟ ଅଫିସ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ତିଳଯୋଡି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ର ଏ. ଏନ. ଏମ ଶ୍ରୀମତୀ ବିନୋଦିନୀ ନାଗ, ଅଙ୍ଗନୱାଡି ବୈଦେହୀ ନାଏକ, ଆଶା ପ୍ରମିଳା ଶବର, ସମ୍ପାଦକ ଯଶୋବନ୍ତ ରଣା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତେକ ଖାଇବା ପୂର୍ବରୁ ଭଲ ଭାବରେ ହାତ ଧୋଇବା ସହ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିଲେ କୌଣସି ରୋଗ ହେବନାହିଁ ବୋଲି ମୁଖ୍ୟ ଅତିଥି ସମସ୍ତ ଙ୍କୁ ବୁଝେଇ ଥିଲେ । ବର୍ତମାନ ନୁଆଁ ନୁଆଁ ରୋଗ ମାନ ସବୁ ବାହାରୁଛି । ତେଣୁ ସମସ୍ତେ ଏବେଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ମହେନ୍ଦ୍ର ନାଏକ, ଖଗେଶ୍ୱର ଶବର,ଗୌତମ ବାଗ, ନମିତା ମାଝୀ, ସସ୍ମିତା ଯୋଶୀ, ରାଜତ ଯୋଶୀ, ଖୁଶବୁ ନାଏକ ବଳଭଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ ।
ତିଳଯୋଡି ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ
ଆଜତକ ଓଡ଼ିଶା
0
Post a Comment