ଭୂବନେଶ୍ୱର (ଆଜତକ୍ ଓଡ଼ିଶା) ଦୁର୍ଘଟଣା ସମୟ ସହିତ ଜଡିତ । ଦୁର୍ଘର୍ଟଣା ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ଅନେକ ଲୋକ ଚିରଦିନ ପାଇଁ ଅକର୍ମଣ୍ୟ ମଧ୍ୟ ହେଉଛନ୍ତି । ଦୁର୍ଘଟଣା ସମୟରେ ଜଣେ ପ୍ରାଥମିକ ଚିକିତ୍ସକ ଦେବଦୂତ ଭାବରେ କାର୍ଯ୍ୟକରି ଅମୂଲ୍ୟ ଜୀବନ ବଂଚାଇଥାଏ । ଦୁର୍ଘଟଣା ସ୍ଥାନ, କାଳ, ପାତ୍ର କିଛି ଦେଖି ନ ଥାଏ । ତେଣୁ, ପ୍ରାଥମିକ ଚକିତ୍ସା ଜାଣି ଥିଲେ କିଛି ମାତ୍ରାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବ୍ୟକ୍ତିର ସହାୟକ ହୋଇପାରିବା । ରେଡକ୍ରସର ମୂଳ ମନ୍ତ୍ର ସେବାକୁ ଲକ୍ଷ୍ୟରଖି ରାଜ୍ୟ ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଭୂବନେଶ୍ୱର ଶିଖରଚଣ୍ଡୀ ସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କର୍ମଶାଳା ଜୁନିଅର ରେଡକ୍ରସର ଜୁନିୟର ଏବଂ କାଉନସିଲର ମାନଙ୍କ ପାଇଁ ଆୟୋଜିତ ହୋଇଯାଇଛିି ।
ଭାରତୀୟ ରେଡକ୍ରସ ସୋସାଇଟି , ଓଡିଶା ରାଜ୍ୟ ଶାଖାର ଅବୈତନୀକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକଙ୍କ (ଆଇଏଏସ୍ ) ତତ୍ତ୍ୱବାଧାନରେ ଓ ଓଡିଶା ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ଶିବିରର ପ୍ରଶିକ୍ଷାର୍ଥି ମାନଙ୍କୁ ମାଷ୍ଟର ଟ୍ରେନର ଡା. ବିକାଶ ପ୍ରସାଦ ପ୍ରଦର୍ଶନ ମାଧ୍ୟମରେ ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷଣ କାର୍ଯ୍ୟ ତୁଲାଥିଲେ । ପ୍ରାଥମିକ ଚିକିତ୍ସା ଉଦ୍ଦେଶ୍ୟ, ଲକ୍ଷ୍ୟ, ସ୍ୱରୂପ, ଡିଆରଏବିସ, ରକ୍ତସ୍ରାବ, ମୂର୍ଚ୍ଛା, ସକ୍, ଅସ୍ଥିଭଗ୍ନ, ପୋଡାଘା, ବ୍ୟାଣ୍ଡେଜ, ସିପିଆର ତଥ ପ୍ରାଥମିକ ଚିକତ୍ସକଙ୍କ କର୍ତବ୍ୟ ଏବଂ ଦାୟିତ୍ୱ ବିଷୟରେ ବୁଝାଇଥିଲେ । ପ୍ରାଥମିକ ଚିକିତ୍ସା ମାଷ୍ଟର ଟ୍ରେନର ଗୁଲସନ କୁମାର ଦାଶ ଡେମୋନେଷ୍ଟ୍ରେସନକୁ ସରଳୀକରଣ ଭାବରେ ଶିବିରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।
Post a Comment