ଜୁନାଗଡ଼ କୃଷି ବିଭାଗ ର ଅକ୍ଷୟ ତୃତୀୟା ପାଳନ, ହଳକରି ଅକ୍ଷିମୁଠି ଶୁଭାରମ୍ଭ କଲେ ଅତିଥି


ଜୁନାଗଡ ୨୩/୦୪(ଧୀରେନ୍ଦ୍ର ସୁନାନି) :ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ କୁରୁଗୁଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ବ୍ଲକ କୃଷକ ପରାମର୍ଶ କମିଟି (ଆତ୍ମା) ର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର, ସମ୍ମାନିତ ଅତିଥିଭାବେ ଜୁନାଗଡ଼ କୋପୋରେଟିଭ୍ ବ୍ୟାଙ୍କ ମ୍ୟାନେଜର , ଜିଲ୍ଲାପରିଷଦ ଲାଲବାହାଦୁର ଜାନୀ, ସଙ୍ଗୀତା ଖର୍ସେଲ , ପୂର୍ବତନ ବ୍ଲକ୍ ଅଧକ୍ଷ ରଶ୍ମିରଞ୍ଜନ ନାୟକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନେକ କୃଷକ ସାଥୀ ତଥା ଅଞ୍ଚଳ ର ଅନେକ ଚାଷୀ ମାନେ ଯୋଗଦେଇଥିଲେ । ଅତିଥିମାନେ ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ଚାଷ ପ୍ରଣାଳୀ ବିଷୟରେ ବୁଝାଇଥିଲେ । ଜୁନାଗଡ଼ ଅଞ୍ଚଳ ର ଚାଷୀ ମାନେ ସରକାରୀ ସୁବିଧା ସୁଯୋଗ ହାସଲ କରିବା ପାଇଁ ଯତ୍ନ ବାନ ହେବା ଆବଶ୍ୟକ ବୋଲି କହିଥିଲେ ।

Post a Comment

Previous Post Next Post