ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ଵ ଅନୁଷ୍ଠିତ


ଜଳେଶ୍ୱର ୬/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ଅନ୍ତର୍ଗତ ଖୁଦିଆମାଝୀସାହି ପଂଚାୟତର ଗଡସାହି ହାଟ ପଡିଆ ଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ଵ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ସଭାପତି ଦିଲ୍ଲୀପ କୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦ୍ଧପରିକର ବୋଲି ବର୍ଣ୍ଣନା କରିଥିଲେ।ରାଇବଣିଆ ଅଂଚଳ ସହିତ ସଂଯୋଗ କରିବା ପାଇଁ ସୁବର୍ଣ୍ଣରେଖା ନଦୀରେ ଗୋବରଘଟା ଠାରୁ ଦକ୍ଷିଣ ପ୍ରହରାଜପୁର ପର୍ଯ୍ୟନ୍ତ ୧୪୦ କୋଟି ଟଙ୍କା ବ୍ୟୟରେ ଏକ ହାଇ ଲେବେଲ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ମନ୍ତ୍ରୀ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ,ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷ ସଂଚିତା ସେନାପତି, ପୋୖରପରିଷଦ ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ,ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାପତି ବିନ୍ଦୁବାଳା ନନ୍ଦୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ,ଜିଲ୍ଲା ପରିଷଦ ସଭ୍ୟା ତୁଳସୀ କିସ୍କୁ ଓ ଅନଓରା ବିବି,ସଭ୍ୟ ଗୌରାଙ୍ଗ ସିଂ, ଅନାଦି ଦାସ,ଅଜୟ ମହାନ୍ତି,ଯତୀନ୍ଦ୍ର ମହାନ୍ତି, ବିଦ୍ୟାଧର ମଲ୍ଲିକ, ମଧୁସୂଦନ ସେନାପତି, ସୁବିନିତା ଦତ୍ତ, ସନ୍ଦୀପ ଘୋଷ,ଜିତେନ୍ଦ୍ର ଦାସ,ଆଲୋକ ଗିରି,ସଂଜୀବ ପାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ପୂର୍ବତନ ସରପଞ୍ଚ କ୍ଷିତିଶ ଚନ୍ଦ୍ର ଦେ ତାଙ୍କର ଶତାଧିକ ସମର୍ଥନ ମାନଙ୍କ ସହିତ ବିଜୁ ଜନତା ଦଳରେ ଯୋଗଦେଇ ଥିଲେ।ଶେଷରେ ମନ୍ତ୍ରୀ ପ୍ରତିନିଧି ବ୍ରିଜେଶ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post