ମନ୍ତ୍ରୀଙ୍କ ବିରୁଦ୍ଧରେ କର୍ମୀ ସମ୍ମିଳନୀକଲେ ଯୁବ ବିଜେଡି ନେତା


ଜଳେଶ୍ବର ୦୬/୪ (ଜଗନ୍ନାଥ ଗୋଛାୟତ) ଆସନ୍ତା ୨୦୨୪ ନିର୍ବାଚନରେ ଜଳେଶ୍ବର ନିର୍ବାଚନମଣ୍ଡଳୀରେ ନୂତନ ବିଧାୟକ ପ୍ରାର୍ଥୀ ନ ଦେଲେ ନୋଟା ରେ ଭୋଟ ଦିଆଯିବ ବୋଲି ମନ୍ତ୍ରୀଙ୍କ ବିରୁଦ୍ଧରେ କର୍ମୀ ସମ୍ମିଳନୀକଲେ ଯୁବ ବିଜେଡି ନେତା।ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଖୁଦିଆମାଝୀସାହି ସ୍ଥିତ ଗାଡ଼ସାହି ହାଟ ପଡ଼ିଆରେ ଠାରେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ପାତ୍ରଙ୍କ ଦ୍ଵାରା କର୍ମୀ ସମ୍ମିଳନୀ ତଥା ମିଶ୍ରଣ ପର୍ବ ପାଳନ କରାଯାଉଥିବା ବେଳେ ସେହି ପଞ୍ଚାୟତରେ ବେହେରା ସାହି ହାଟ ପଡ଼ିଆ ଠାରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀ ଯୋଗଦେଇ ମାନ୍ୟବର ମନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଳେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଢ଼ିରହିଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନ ମଣ୍ଡଳୀରେ ଯୁବନେତୃତ୍ବକୁ ପ୍ରାର୍ଥୀ ଭାବେ ଦାୟିତ୍ୱ ନଦେଲେ ହଜାର ହଜାର ଭୋଟ ନୋଟାରେ ପଡ଼ିବ ବୋଲି ଆଜିର କର୍ମୀ ସମ୍ମିଳନୀରେ ବକ୍ତାମାନେ କହିଛନ୍ତି।ଏହି କର୍ମୀ ସମ୍ମିଳନୀରେ ଖୁଦିଆମାଝୀସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ବିଜେଡି ସଭାପତି ସତ୍ୟଶୋଭନ ମିଶ୍ର, ଯୁବନେତା କାଳିଚରଣ ଦାସ, ଚନ୍ଦନ କର, ରାସବିହାରି ରଣା, ଭୂପତି ମିର୍ଦ୍ଧ। ,ରାଜେନ୍ଦ୍ର ପାତ୍ର, ରହିମ ରଞ୍ଜନ ବେହେରା, ରମେଶ ପାତ୍ର, ହସିରୁଦ୍ଦିନ ବକ୍ସ, ବସନ୍ତ ମହାନ୍ତି, ଉତ୍ତମ ପାଇକରାୟ ପ୍ରମୁଖ ବହୁ ଯୁବନେତା ବକ୍ତବ୍ୟ ପ୍ରଦାନ କରିବା ସହିତ ବହୁକର୍ମୀ ଯୋଗଦେଇଥିଲେ।

Post a Comment

Previous Post Next Post