ଉପାନ୍ତ ଅଞ୍ଚଳ ରେ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତଥା ତଳଗାଁ ପଞ୍ଚାୟତ କାର୍ଯ୍ୟଳୟ ଠାରେ ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ମୋଟ ୧୯୨ ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୭୧ ଟି ବ୍ୟକ୍ତିଗତ ସମସ୍ୟା,୨୦ ଟି ସାମୁହିକ ଅଭିଯୋଗ ଆସିଥିଲା ସେଥିରୁ ୯୪ ସମସ୍ୟା ର ତତ୍କାଳୀନ ସମାଧାନ କରାଯାଇଥିଲା । ୨୮ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତାରେ ୨ଲକ୍ଷ୍ୟ ୨ହଜାର ଟଙ୍କା ପ୍ରଦାନ ସହିତ ଜିଲ୍ଲା ରେଡ କ୍ରସ ଫୋଣ୍ଡ ରୁ ଜଣଙ୍କୁ ୫ହଜାର ଟଙ୍କା ସହାୟତା ଦିଆଯାଇଥିଲା । ବିଧବା ବାର୍ଦ୍ଧକ୍ୟ, ଅବିବାହିତ, ସ୍ୱାମୀ ପରିତ୍ୟକତା ୮ଜଣ ମହିଳା ଙ୍କୁ ଭତା କାର୍ଡ ପ୍ରଦାନ ସହ ତୁରନ୍ତ ୫ସହ ଲେଖାଏଁ ଭତା ଦିଆଯାଇଥିଲା । ୭ଜଣକୁ ୩ଚକିଆ ଯାନ, ୩ଜଣଙ୍କୁ  ହୁଇଲ ଚେୟାର,୨ଜଣଙ୍କୁ ଆଶାବାଡି ଦିଆଯାଇଥିବା ଜଣାପଡିଛି । ଏହି ଶିବିର ରେ ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କଁହର,ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର, ବୌଦ୍ଧ (ଡି ଆଇ ପି ଆର ଓ) ରୀତିକାନ୍ତ ବଳିୟାର ସିଂ,ଙ୍କ ସମେତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ଅଧିକାରୀ  ଓ ସ୍ଥାନୀୟ ସରପଞ୍ଚ ପ୍ରତିମା କଁହର, ପି ଇ ଓ ଗୁରୁଚରଣ ସେଠି,ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ୫ଟି ସ୍କୁଲ ତଳଗାଁ, ଗ୍ରାମ୍ୟ ହାଟ ପିଣ୍ଡି, ମେଡିକାଲ ସହ ବିଭିନ୍ନ ଉନୟୟନ କାର୍ଯ୍ୟ ର ତଦାରଖ ସହ ଅସମ୍ପୂର୍ଣ କାର୍ଯ୍ୟଗୁଡିକ ତୁରନ୍ତ ସରିବା ପାଇଁ ସମ୍ପୃକ୍ତ ଅଧିକାରି ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି ।

Post a Comment

Previous Post Next Post