ଇଲେକ୍ଟ୍ରି ସ୍କୁଟିରେ ଲାଗିଲା ନିଆଁ


ଜଳେଶ୍ବର ୦୩/୪ (ଜଗନ୍ନାଥ ଗୋଛାୟତ) ବାଲିଆପାଳ ଇଲେକ୍ଟ୍ରିସ୍କୁଟିରେ ନିଆଁ । ସୋ ରୁମ୍ ଭିତରେ ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିଆପାଳ ପେଟ୍ରୋଲ ପମ୍ପ ଆଗରେ ଥିବା ସ୍ଵାତୀ-ଇ-ଫାର୍ମ ଇଲେକ୍ଟ୍ରି ଗାଡି ସୋରୁମରେ ରଖାଥିବା ସ୍କୁଟି ଅଚାନକ ହୁତୁ ହୁତୁ ଜଳିବାରେ ଲାଗିଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଥିଲେ । ସଙ୍ଗେ ସଙ୍ଗେ ସୋ ରୁମ୍ କର୍ମଚାରୀ ନିଆଁକୁ ଆୟତ କରିଥିଲେ ମାତ୍ର ସେତେବେଳେକୁ ସ୍କୁଟିଟି ପ୍ରାୟ 80%ରୁ ଅଧିକ ଜଳିଯାଇଥିଲା । ତେବେ କେଉଁ ପରିପ୍ରେକ୍ଷୀରେ ଇଲେକ୍ଟ୍ରି ସ୍କୁଟିଟି ଅଚାନକ ଜଳିଗଲା ତାହାର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବାବେଳେ ଏ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି

Post a Comment

Previous Post Next Post