ଜଳେଶ୍ବର ୦୩/୪ (ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ବଲେରୋ ବାଇକ ମୁହାଁମୁହିଁ ଧକ୍କା ହେବାଫଳରେ ବାଇକ ଆରୋହୀଙ୍କ ମୃତଘଟିଛି । ସୂଚନା ଅନୁସାରେ ମଥାନୀ ପଞ୍ଚାୟତ ର ବିଦ୍ୟାଧର ଆଇଚଙ୍କ ୧୮ ବର୍ଷର ପୁତ୍ର ସପନ ଆଇଚ ଓଡି ୦୧ଏମ ୧୭୯୯ ଗ୍ଲେମର ବାଇକ ଯୋଗେ ଗାନ୍ଧିଛକ ଯାଉଥିବା ସେହି ସମୟରେ ସାମ୍ନାପଟୁ ଆସୁଥିବା , ଓଆର ୦୨ବିଏ୬୧୩୧ ବଲେରୋ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ବସ୍ତା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଲେରୋ କୁ ଜବତ କରି ଡ୍ରାଇଭର କୁ ଅଟକ ରଖିବା ସହିତ ୧୦୨/୨୩ ମୂଳେ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ବଲେରୋ ବାଇକ ମୁହାଁମୁହିଁ ଧକ୍କା ବାଇକ ଆରୋହୀଙ୍କ ମୃତ
ଆଜତକ ଓଡ଼ିଶା
0
Post a Comment