ଜଳେଶ୍ୱର ୩/୪ (ଜଗନ୍ନାଥ ଗୋଛାୟତ) ୨୦୧୭-୧୮ ମସିହାରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶଶିକାନ୍ତ ପ୍ରଧାନ କୃତୀ ଶିକ୍ଷକ ରୂପେ ଶିକ୍ଷକ ସମ୍ମାନ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇଥିଲେ।୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖରେ ସମଗ୍ର ରାଜ୍ୟରୁ ୫୭ ଜଣ କୃତୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ପାଇଁ ଭୁବନେଶ୍ବର ନିମନ୍ତ୍ରଣ କରାଯାଇଥିଲା।ମାତ୍ର ମାନ୍ୟବର ହାଇକୋର୍ଟଙ୍କ ସ୍ଥଗିତାଦେଶ ବଳରେ ଏହି ପୁରସ୍କାର ସେହି ଦିନ ସେହି କୃତୀ ଶିକ୍ଷକ ଶଶିକାନ୍ତ ପ୍ରଧାନ ଓ ଅନ୍ୟ ୫୬ ଜଣଙ୍କୁ ପ୍ରଦାନ କରାଯାଇ ନ ଥିଲା।ଇତି ମଧ୍ୟରେ ଜଣେ ଶିକ୍ଷକ ମୃତ୍ୟୁ ବରଣ କରି ସାରିଲେଣି।୧୩ ଜଣ ଶିକ୍ଷକ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିସାରିଛନ୍ତି।ତେଣୁ ଏବେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗତ ଏପ୍ରିଲ ୧ ତାରିଖରେ ଗାନ୍ଧୀ ସ୍ମୃତି ଭବନ ପରିସରରେ ବାଲେଶ୍ବର ଜିଲ୍ଲା ସ୍ତରୀୟ ଉତ୍ସବରେ ବର୍ତ୍ତମାନ ଭୋଗରାଇ ବ୍ଲକ କଚୁଆଡ଼ିସ୍ଥିତ ପ୍ରସାଦ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ ଶଶିକାନ୍ତ ପ୍ରଧାନଙ୍କୁ ଏହି ରାଜ୍ୟ ସ୍ତରୀୟ କୃତୀ ଶିକ୍ଷକ ପୁରସ୍କାର ବାଲେଶ୍ବରଠାରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରଦାନ କରିଛନ୍ତି।ପୁରସ୍କାର ବାବଦରେ ତାଙ୍କୁ ୨୫ ହଜାର ଟଙ୍କାର ଚେକ, ଏକ ଶାଲ ଓ ମାନପତ୍ର ପ୍ରଦାନ କରାଯାଇଛି।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,ଉପ ଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ,ଜିଲ୍ଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ,ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଉପସ୍ଥିତ ଥିଲେ। ୧୯୮୪ ମସିହାରେ ଜଳେଶ୍ୱର ବ୍ଲକ ସମ୍ପତିଆ ପଂଚାୟତର ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୯ ବର୍ଷର ଚାକିରୀ ପରେ ଏହି ସମ୍ମାନ ବାଲେଶ୍ବର ଜିଲ୍ଲାର ଏକମାତ୍ର ମାଧ୍ୟମିକ ଶିକ୍ଷକ ରୂପେ ଶ୍ରୀ ପ୍ରଧାନ ପାଉଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି।ସେହିପରି କୁପାରି ନିକଟରେ ଥିବା ଧୋବାଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ରିତାରାଣୀ ଦାସଙ୍କୁ ମଧ୍ୟ ଏକମାତ୍ର ପ୍ରାଥମିକ ଶିକ୍ଷକ ରୂପେ ଏହି ସମ୍ମାନ ପ୍ରଦାନ କରାଯାଇଛି।

Post a Comment