ବାପା , ମାଆ ଛେଉଣ୍ଡ ଅସହାୟ ପିଲାଙ୍କୁ ସହାୟତା ର ହାତ ବଢାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ


ଜଳେଶ୍ବର ୦୩/୦୪ (ପ୍ରଭାକର ମଲ୍ଲିକ / ଜଗନ୍ନାଥ ଗୋଛାୟତ) ସତରେ ଦୁଃଖ ଯେପରି ଏହି ପରିବାର କୁ ଛାଡି ଯିବା ପାଇଁ ପ୍ରସ୍ତୁତ ନୁହେଁ। ଗୋଟିଏ ବର୍ଷ ପୂର୍ବେ ବାପାଙ୍କ ର କର୍କଟ ରୋଗ ଯନ୍ତ୍ରଣା ରେ ଛଟ ପଟ ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରି ଦେହାନ୍ତ ହେଲା ପୁଣି ଏକ ବର୍ଷ ପରେ ବାପାଙ୍କ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ର ପନ୍ଦର ଦିନ ପରେ ମାଆ ଙ୍କର ମଧ୍ୟ ସେଇ କର୍କଟ ରୋଗରେ ଦେହାନ୍ତ ହେଲା ଆଜି ପାଠ ପଢା ବୟସରେ, ଖେଳ କୁଦ ବୟସରେ କୁନି କୁନି ଦୁଇ ପିଲା ଅନାଥ ହୋଇ ଯାଇଛନ୍ତି। ଦୁନିଆଁ ଠିକ୍ ରେ ଜାଣିବା ପୂର୍ବରୁ ଦୁଇ ପିଲା ବାପା ମାଆ ଙ୍କୁ ହରାଇ ଆଖିରେ ଲୁହ ଗଡାଇବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ବଡ଼ ପୁଅ ଦିପକ ବୟସ ମାତ୍ର ବାରବର୍ଷ।ଓ ସାନ ଝିଅ ମଧୁସ୍ମିତା ବାରିକ ବୟସ ଛଅ ବର୍ଷ।ଏହି କଅଁଳ ବୟସର ବୃଦ୍ଧା ଜେଜେମା ସରସ୍ଵତୀ ବାରିକ ବୟସ ସତୁରି ଟପିଲାଣି ସେ ହିଁ କେବଳ ସାହାରା । ହେଲେ ବୃଦ୍ଧା ଜେଜେମା ନାତି, ନାତୁଣୀ କୁ ଧରି ବହୁର ଅନ୍ତେଷ୍ଟି କ୍ରିୟା ପାଇଁ ଭିକ୍ଷା ବୃତ୍ତି କୁ ଆପଣାଇ ନେଇ ଥିଲେ। କାରଣ ଗୋଟିଏ ପଟେ ଜେଜେମା ପୁଅ ଓ ବହୁକୁ ହରେଇ ବାର ଦୁଃଖ ଆଉ ଗୋଟିଏ ପଟେ ନାତି ନାତୁଣୀ ର ଭବିଷ୍ୟତ। ଏହି ଘଟଣା ଟି ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡାଶ ପଞ୍ଚାୟତ ର କାଠଶଗଡା ଗ୍ରାମର ସରସ୍ଵତୀ ବାରିକଙ୍କ ପରିବାର ରେ। ଏହି ହୃଦୟ ବିଦାରକ ଘଟଣା ଟି ସେଠାକାର ଗ୍ରାମବାସୀ ହେଲ୍ପ ଫର ୟୁ ଫାଉଣ୍ଡେସନ ର ସଭାପତି -ମାନସ ରଞ୍ଜନ ଧଳ ଙ୍କ ଖବର ଦେଲା ପରେ ସଙ୍ଗଠନ ର ସଦସ୍ୟ ସଦସ୍ୟା ମାନେ ଜନ ସେବାକୁ ମହାନ ବ୍ରତ ବୋଲି ଭାବି ସଙ୍ଗଠନ ର ସମସ୍ତ ସଦସ୍ୟ, ସଦସ୍ୟା ନିଜ ନିଜର ଅର୍ଥ ସଞ୍ଚୟ କରି ଅଣ୍ଟା ଭିଡ଼ିଥିଲେ ସେ ଅସହାୟ, ବେସାହାରା ପରିବାରକୁ ସହାୟତା କରିବା ପାଇଁ। ତାଙ୍କର ଦଶ ଦିନ ଯାଇ ତାଙ୍କ ଦୁଃଖ ସମୟରେ ଛିଡ଼ା ହୋଇ ମହାନତା ର ପରିଚୟ ଦେଇଛି ହେଲ୍ପ ଫର ୟୁ ଫାଉଣ୍ଡେସନ।ପିଲାମାନଙ୍କ ର ପାଠ ପଢା ର ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦଶ ହଜାର ଓ ବହୁର ଅନ୍ତେଷ୍ଟି କ୍ରିୟା ପାଇଁ କିଛି ରେସନ ସାମଗ୍ରୀ, ପନିପରିବା ସହିତ ପରିବାର କୁ ନୂତନ ବସ୍ତ୍ର ଓ ପିଲା ମାନଙ୍କୁ ପାଠ୍ୟ ସାମଗ୍ରୀ, ସ୍କୁଲ ବ୍ୟାଗ୍ ପ୍ରଦାନ କରାଯାଇ ଥିଲା। ଏହି ମହାନ କାର୍ଯ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି।

Post a Comment

Previous Post Next Post