ହରଭଙ୍ଗା ବ୍ଲକ ରେ ମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ ; ବିଭିନ୍ନ ବିଭାଗ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ


ହରଭଙ୍ଗା :୬/୪ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିକାଶ ଉପରେ ଗୁରୁତ୍ୱ ନେଇ ଆଜି ଗୁରୁବାର ଦିନ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ମିନିଟ ଟୁ ମିନଟ ମାରାଥନ କାର୍ଯ୍ୟକ୍ରମ ହୋଇଯାଇଛି। ବ୍ଲକ ର ପୁରୁଣା କଟକ ପଂଚାୟତ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ବୃଦ୍ଧ ବୃଦ୍ଧା ଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟିତ ,ତତ ପରେ ୫୭ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରେ ନିର୍ମିତ ହେବାକୁ ଥିବା ଦୁଗ୍ଧ ସୀତାଳିକରଣ କେନ୍ଦ୍ର ଚାରିଛକ ର ଶିଳାନ୍ୟାସ, ମିଶନ ଶକ୍ତି ଗୃହ ର ଉଦ୍ଘାଟନ, ବ୍ଲକ ର ମତ୍ସ ବିଭାଗ ତରଫରୁ "ବୌଦ୍ଧ ମହାନଦୀ ସଜ ମାଛ "ଦେଶ ଓ ବିଦେଶ କୁ ରପ୍ତାନି ଗାଡିର ସବୁଜ ସଂକେତ ଦେଇ ଶୁଭ ଉଦ୍ଘାଟନ, ଏବଂ ବ୍ଲକ ର କନଫରେନସ ଗୃହରେ ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ମିନିଟ ଟୁ ମିନିଟ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର,NAC ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ପୂର୍ତ୍ତ ବିଭାଗ ର ସୁପରୀଟେଣ୍ଡେଣ୍ଟ ଇଞ୍ଜିନିଅର ପ୍ରଭାତ ଦାସ,ବିଡ଼ିଓ ସ୍ୱପ୍ନିତା ନାୟକ, ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା ଓ ବ୍ଲକ ର ବିଭିନ୍ନ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ।

Post a Comment

Previous Post Next Post