ଜଳେଶ୍ୱର ୨୬/୪ (ଜଗନ୍ନାଥ ଗୋଛାୟତ) ଆସନ୍ତା କାଲି ପୂର୍ବାହ୍ନ ୧୧ ଘଟିକା ସମୟରେ ଜଳେଶ୍ବର ନିକଟରେ ଥିବା ରାଜଘାଟ ଠାରେ ୫୨ ନଂ ଲେଭଲ କ୍ରସିଂ ନୂତନ ଭାବେ ନିର୍ମାଣ ହୋଇଥିବା ଓଭରବ୍ରିଜକୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦଘାଟନ କରିବେ ବୋଲି ଖଡ଼ଗପୁର ଡିଆରଏମଙ୍କ ପକ୍ଷରୁ ଏସିଏମ ଆଶୁତୋଷ ସିଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରିଛନ୍ତି। ମାତ୍ର ଉକ୍ତ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ବିଭାଗ ପକ୍ଷରୁ ତରବରିଆ ଭାବେ ଉଦଘାଟନ କରାଯାଉଥିବାରୁ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ଗୁରୁତ୍ୱପୂର୍ଣ ବୈଠକରେ ବ୍ଲକ ଅଧ୍ୟକ୍ଷ ମାନସ ଜେନା, ନଗରପାଳ ପ୍ରତୀପ କୁମାର ପ୍ରଧାନ,ଉପାଧ୍ୟକ୍ଷ ସଂଚିତା ସେନାପତି, ବିଜେଡି ବ୍ଲକ ସଭାପତି ଦିଲ୍ଲୀପ ସାମଲ,ସରପଞ୍ଚ ଅଜୟ କୁମାର ମହାନ୍ତି, ମଧୁସୂଦନ ସେନାପତି, ଜ୍ୟୋତିର୍ମୟାନନ୍ଦ ପାଳ,ମନ୍ତ୍ରୀ ପ୍ରତିନିଧି ସତ୍ୟ ରଞ୍ଜନ ଦାସମହାପାତ୍ର, ନଗର ଯୁବ ସଭାପତି ଆନନ୍ଦ କର ଓ ମହମ୍ମଦ ନଗର ପାଟଣା ସରପଞ୍ଚ ଅରୁଣ କୁମାର ସେନାପତି ପ୍ରମୁଖ ରେଳ ବିଭାଗର ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ଏପ୍ରଚ ରୋଡ଼, ରଙ୍ଗ କାର୍ଯ୍ୟ ପ୍ରଭୁତି ବହୁ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପରେ ବାଲେଶ୍ବର ପରି ଏହି ଓଭରବ୍ରିଜକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ମାତ୍ର ରେଳ ବିଭାଗ ଏହାକୁ ନ ମାନି ଉଦଘାଟନ କଲେ ଆଇନ ଶୃଙ୍ଖଳା ପରିସ୍ଥିତି ଭୟଙ୍କର ହେବ ବୋଲି ବିଜେଡ଼ି ବ୍ଲକ ସଭାପତି ଦିଲ୍ଲୀପ ସାମଲ ଚେତାବନୀ ଦେଇଛନ୍ତି। ଏହି ପରିସ୍ଥିତି ପାଇଁ ରେଳ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ସାମଲ ପ୍ରକାଶ କରିଛନ୍ତି।

Post a Comment