ଧର୍ମଗଡ ,(ପ୍ରଦିପ ସେଠିଆ) ମଇ ୧ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପଛୁଆ ବର୍ଗଙ୍କ ସର୍ଭେ କରାଯିବ। ଉଭୟ ଅନଲାଇନ୍ ଓ ଅପ୍ ଲାଇନରେ ସର୍ଭେ କରାଯିବ। ଅନଲାଇନ ସର୍ଭେ ଇଲୋକୋନିକ ଗେଜେଟ ଓ ଡିଭାଇସ୍ ସାହାଯ୍ୟରେ ହେବ।ଅପ୍ ଲାଇନରେ ହେବାକୁ ଥିବା ସର୍ଭେ ପ୍ରତି ପଞ୍ଚାୟତରେ ହେବ। ଏଥିପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ସ୍କୁଲ ଗୃହକୁ ସର୍ଭେ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।ପଛୁଆ ବର୍ଗର ଲୋକେ ଏହି ସବୁ କେନ୍ଦ୍ରକୁ ଯାଇ ସର୍ଭେରେ ସାମିଲ ପାଇଁ ନିଜ ନିଜର ତଥ୍ୟ ଦେବେ।ଦେବେ ଧର୍ମଗଡ ଉପଖଣ୍ଡ ଯାଦବ ମହାଶଦ୍ଭା ସର୍ଭେ କାର୍ଯ୍ୟ ନିର୍ଦ୍ଧିଷ୍ଟ କେନ୍ଦ୍ରରେ କରାଯିବା ସହ ଘରକୁ ଘର ବୁଲି ସର୍ଭେ କରାଯିବ ପାଇଁ ଦାବି କରିଛି।ଏବେ ଯେଉଁ ପଦ୍ଧତିରେ ସର୍ଭେ ହେବା ଦ୍ୱାରା ଅନେକ ପଛୁଆ ବର୍ଗର ଲୋକେ ସର୍ଭେ ରେ ଛାଡି ହୋଇଯିବାର ସମ୍ଭାବନା ରହିଛି। ସଚେତନତା ଅଭାବ ଓ ଅନନ୍ୟା କାରଣରୁ ସମସ୍ତେ ନିର୍ଦ୍ଧାରିତ ସର୍ଭେ କେନ୍ଦ୍ରକୁ ପହଞ୍ଚି ପାରିବ କି ନାହିଁ ସେ ନେଇ ସନ୍ଧେହ ପ୍ରକାଶ କରିଛି ସଂଘ।ଏଣୁ ଏହା ଉପରେ ବିଚାର କରି ଜନଗଣନା ପରି ଘରକୁ ଘର ବୁଲି ପଛୁଆବର୍ଗ ସର୍ଭେ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ପାରିପ୍ରେକ୍ଷାରେ ଆଜି ଧର୍ମଗଡ ଉପଖଣ୍ଡ ଯାଦବ ମହାସଭା ପକ୍ଷ ରୁ ଡମ୍ବରୁଧର ଲହଜଲ୍ , ଡାକେ ଲହଜାଲ୍,ଧନରାଜ ରାଉତ ,କେଶବ ଭାଇସାଲ, ପ୍ରେମ ଚାନ୍ଦ ଖଡ଼ିକାର,ଦିବ୍ୟ ବେମାଲ,ତୀର୍ଥ ବେମାଲ,ସମତେ ଯାଦବ ମହାସଭା କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ସହାୟକ ଜିଲ୍ଲାପାଳ ଗରିବ ଦିପଙ୍କୁ ପ୍ରଦାନ କରିଥିଲେ।

Post a Comment