ଶ୍ୟାମନଗର ପଞ୍ଚାୟତ ଏମ୍ବିକେ ସୁବର୍ଣ୍ଣରେଖା ସାମଲଙ୍କ ସାମ୍ବାଦିକ ସମ୍ମଳନୀରେ ଆତ୍ମାହୁତି ଧମକ ପରେ ପଞ୍ଚାୟତର ମହିଳାମାନଙ୍କ ଦ୍ଵାରା ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀ


ଜଳେଶ୍ବର, ୨୫/୪ (ଜଗନ୍ନାଥ ଗୋଛାୟତ) ଶ୍ୟାମନଗର ପଞ୍ଚାୟତ ଏମ୍ବିକେ ସୁବର୍ଣ୍ଣରେଖା ସାମଲ ଥାନାରେ କୌଣସି ନ୍ୟାୟ ନ ମିଳିବାରୁ ଗତ କଲି ତା-୨୪/୪/୨୦୨୩ ରିଖ ସାମ୍ବାଦିକ ସମ୍ମଳନୀରେ ଆତ୍ମାହୁତି ଧମକ ପରେ ଗୋଟିଏ ଦିନ ପରେ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ଏମ୍ବିକେ ସୁବର୍ଣ୍ଣରେଖା ସାମଲ ଅଭିଯୋଗ କହିଛନ୍ତି।ଅନ୍ୟ ପଟେ ଆଜି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତର ଏମ୍ବିକେ ସରକାରଙ୍କ ତରଫରୁ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ପାଇଁ ଆସିଥିବା ମୋ ଉପକାରୀ ବଗିଚା, କୁକୁଡ଼ା ଚିଆଁ ବଣ୍ଟନରେ ଅନିୟମିତତା କରିଥିବା ଦାବୀ କରିବା ସହିତ ଏହାକୁ ବିରୋଧ କରି ପଞ୍ଚାୟତ ର ଶତାଧିକ ମହିଳା ପଞ୍ଚାୟତର ମିଶନ ଶକ୍ତି ଗୃହ ଆଗରେ ମେଳି କରିବା ସହ ଏମ୍ବିକେଙ୍କୁ ୭ ଦିନରେ ବହିଷ୍କାର ପାଇଁ ଦାବୀ କରିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳ ର ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ କରିବା ପାଇଁ ଗ୍ରାମାଞ୍ଚଳ ର ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ମୋ ଉପକାରୀ ବଗିଚା ପାଇଁ ଅର୍ଥ, କୁକୁଡ଼ା ଚାଷ ପାଇଁ କୁକୁଡ଼ା ଚିଆଁ, କିମ୍ବା ଚାଷ ପାଇଁ ସବସିଡି ରେ ପାୱାର ଟିଲର ଯୋଗେଇ ଦେଉଥିଲା ବେଳେ ଜଳେଶ୍ୱର ବ୍ଲକ ଶ୍ୟାମନଗର ପଞ୍ଚାୟତର ଏମ୍ବିକେ ସୁବର୍ଣ୍ଣରେଖା ସାମାଲ ଉକ୍ତ ଯୋଜନାକୁ ଆତ୍ମସାତ କରିବା ସହ ଅନେକ ସମୟରେ ମହିଳାଙ୍କ ପାଖରୁ ଲାଞ୍ଚ ନେଉଛନ୍ତି। ତତସହିତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ପାଇଁ ଆସିଥିବା କୁକୁଡ଼ା ଚିଆଁ ବଣ୍ଟନରେ ଅନିୟମିତତା କରିଛନ୍ତି।ଏନେଇ ଗ୍ରାମବାସୀ ମାନେ ବିଡ଼ିଓଙ୍କୁ ଦୁଇ ମାସ ତଳେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବା ବେଳେ ଆଜି ଗ୍ରାମର ଶତାଧିକ ମହିଳା ଓ ସିଆରପି ମାନେ ଏହାକୁ ବିରୋଧ କରି ପଞ୍ଚାୟତ ମିଶନ ଶକ୍ତି ଗୃହ ଆଗରେ ମେଳୀ କରିବା ସହ ଏମ୍ବିକେ ଙ୍କୁ ୭ ଦିନ ମଧ୍ୟରେ ବହିଷ୍କାର କରିବା ଓ ସରପଞ୍ଚ ଗିରିଜା ଶାସମଲଙ୍କ ବିରୋଧରେ ଥାନାରେ 
ଆଣିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ଦାବୀ କରିଛନ୍ତି। ଯଦି ୭ ଦିନ ମଧ୍ୟରେ ଏମ୍ବିକେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ମିଶନ ଶକ୍ତି ଗୃହ ବନ୍ଦ କାରାଯିବ ବୋଲି ଉପସ୍ଥିତ ମହିଳାମାନେ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post