ଏମ୍.ବି.କେଙ୍କ ବିହିଷ୍କାର ଦାବୀ କଲେ ସୟଂସହାୟିକା ଗୃପର ସଦସ୍ୟାମାନେ


ଜଳେଶ୍ୱର, ୨୫/୦୪ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ବ୍ଲକ ଶ୍ୟାମନଗର ପଂଚାୟତର ମିଶନଶକ୍ତିର ମହିଳା ଏମ୍.ବି.କେ ଏବଂ ପଂଚାୟତର ସରପଂଚଙ୍କ ମଧ୍ୟରେ ଲାଗିରହିଥିବା ବାଦବିବାଦ ଧିରେ ଧିରେ ତୀବ୍ର ରୂପଧାରଣ କରିଛି । ୨୪ତାରିଖ ଦିନ ଏମ୍.ବି.କେ ତଥା ତାଙ୍କ ସଂଘ ପକ୍ଷରୁ ସରପଂଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିବା ପରେ ୨୫ତାରିଖ ଦିନ ଶ୍ୟାମନଗର ପଂଚାୟତରେ ଥିବା ୮୯ଟି ସୟଂସହାୟିକା ଗୃପର ସଦସ୍ୟା ଓ ସି.ଆର୍.ପି ମାନଙ୍କ ଦ୍ୱାରା ଶ୍ୟାମନଗର ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିପିଏଲ୍ଏଫର ଏମ୍.ବି.କେଙ୍କର ମହାଦୁର୍ନୀତିର ତଦନ୍ତ କରାଯାଇ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଦାବୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏମ୍.ବି.କେ ସୁବର୍ଣ୍ଣରେଖା ସାମଲ ପଂଚୟତର ମହିଳା ଗୃପ ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଆତ୍ମସାଥ କରିବା ସହିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି । ମହିଳା ସଦସ୍ୟ ମାନଙ୍କ କହିବାନୁଯାୟୀ ବିଭିନ୍ନ ମହିଳା ଗୃପ ପାଇଁ ଆସିଥିବା କୁକୁଡା ଚିଆଁ, ମୋ ଉପକାରୀ ବଗିଚା ଅର୍ଥ ଆତ୍ମସାଥ କରିବା ସହିତ ପାୱାରଟିଲର, କମ୍ପୁଟର କିଣାରେ ଦୁର୍ନିତି ଓ ବିଭିନ୍ନ ଗୃପର ବ୍ୟାଙ୍କ ଜମା ଟଙ୍କାକୁ ନେଇ ଅନ୍ୟତ୍ର ଲଗାଇବା । ନିଜ ଝିଅକୁ କୃଷିମିତ୍ର ଭାବେ ଚୟନ କରିବା, ନିଜ ସମ୍ପର୍କୀୟ ମାନଙ୍କୁ ଅଧିକା ସୁଯୋଗ ସୁବିଧା ଦେଉଥିବାର ଅଭିଯୋଗ ଆଣିଛନ୍ତି ମହିଳା ସଦସ୍ୟାମାନେ । ସେମାନଙ୍କର କହିବାନୁଯାୟୀ ଏହି ସବୁ ଦୁର୍ନିତିକୁ ଲୁଚାଇବାକୁ ଯାଇ ସରପଂଚଙ୍କ ନାମରେ ମିଛ କେଶ କରି ତାଙ୍କୁ ଫସାଇବାକୁ ଅପଚେଷ୍ଟା କରୁଛନ୍ତି ଏମ୍.ବି.କେ । ତେଣୁ ଶ୍ୟାମନଗର ପଂଚାୟତ ଏମ୍.ବି.କେ ପଦରୁ ତାଙ୍କୁ ବହିଷ୍କାର କରିବା ପାଇଁ ଦାବୀ କରିବା ସହିତ ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ମିଶନ ଶକ୍ତି ଗୃହରେ ତାଲା ପକାଇବା ସହିତ ମିଶନ ଶକ୍ତି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ମହିଳା ମାନେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ କଙ୍କଡାଫେରା ଗ୍ରାମର ସନ୍ତୋଷୀମାତା ଏସ୍.ଏସ୍.ଜି ଗୃପର ସଭାପତି ନିଳମଣୀ ଦାସ, ବାସନ୍ତୀ ମାତା ଗୃପର ସଭାପତି ଦୈାପଦୀ ରାଉତ, ଚନ୍ଦ୍ରପୁର ଗ୍ରାମର ରାମେଶ୍ୱର ଗୃପର ସଭାପତି ଜାହ୍ନବୀ ସାସମଲ, ବେଗୁନିଆ ଗ୍ରାମର ମହିଳା ବିକାଶ ଗୃପର ସଭାପତି ଓ ପ୍ରାଣୀମିତ୍ର ଗୀତା ରାଣୀ, କାନପୁର ଗ୍ରାମର ମା ମଙ୍ଗଳା ଗୃପର ସଭାପତି ରଂଜନା ପ୍ରଧାନ, ବେଗୁନିଆ ଗ୍ରାମର ମା ଦୁର୍ଗା ଗୃପ ଓ ସିଆରପି ଇନ୍ଦୁମତୀ ସାମଲଙ୍କ ସହିତ ବହୁ ସୟଂସହାୟକ ଗୋଷ୍ଠୀର ମହିଳା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Post a Comment

Previous Post Next Post