କମ୍ପ୍ୟୁଟର ଶିକ୍ଷା ପାଇଁ ସଚେତନତା ରଥ


ଲଙ୍ଗଳେଶ୍ୱର ୨୫/୦୪ (ଜଗନ୍ନାଥ ଗୋଛାୟତ): ଓକେସିଏଲ ସାରା ରାଜ୍ୟରେ କମ୍ପ୍ୟୁଟର ଶିକ୍ଷା ସଚେତନତା ରଥ ପରିକ୍ରମା କରି ଛାତ୍ରଛାତ୍ରୀ ମାନଙ୍କୁ ଆଇଟି କ୍ଷେତ୍ରରେ ପାରଦର୍ଶିତା ଦିଗରେ ପ୍ରୋତ୍ସାହିତ କରୁଛି । ସେହି ଆଧାରରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଥିବା ଓକେସିଏଲର ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ର ଆର କେ ଇନ୍ଫୋ ଏକାଡେମୀ ତରଫରୁ ଆଜି ଏହି ସଚେତନତା ରଥକୁ ସ୍ୱାଗତ କରାଯାଇଛି । ଶିକ୍ଷା ଅନୁଷ୍ଠାନର ସଂଯୋଜକ ରାଜକିଶୋର ପାତ୍ରଙ୍କ ପୌରହିତ୍ୟରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବିରଞ୍ଜନ ତ୍ରିପାଠୀ ଓ ବଣିଆଡିହା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ କଟି ମାରାଣ୍ଡି ଉପସ୍ଥିତ ରହି ନଡ଼ିଆ ଫଟେଇ ରଥର ଶୁଭାରମ୍ଭ କରିଥିଲେ । ଓଡିଶା ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦନ ପ୍ରାପ୍ତ ଓକେସିଏଲର ଓଏସ-ସିଆଇଟି ତିନିମାସିଆ, ଛଅ ମାସିଆ, ଏକ ବର୍ଷିଆ ଆଦି ପାଠ୍ୟକ୍ରମ ଏହି ଶିକ୍ଷାଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଛି । ସମସ୍ତ ଛାତ୍ର ଛାତ୍ରୀ କିଭଳି ଉନ୍ନତ ମାନର ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ଅନୁଷ୍ଠାନ ତରଫରୁ ତାମିଲପ୍ରାପ୍ତ ଶିକ୍ଷକଙ୍କ ସହିତ ସ୍ୱତନ୍ତ୍ର କମ୍ପ୍ୟୁଟର ଲ୍ୟାବ ଏବଂ ଥିଓରୀ ରୁମର ବ୍ୟବସ୍ଥା କରାଯାଇଛି । ଲଙ୍ଗଳେଶ୍ୱର ଠାରେ ଥିବା ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ନିରନ୍ତର କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ବହୁ ଯୁବକ ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସହଯୋଗ ସହିତ ଆତ୍ମନିର୍ଭରଶୀଳ କରିବାରେ ଏକ ସ୍ୱତନ୍ତ୍ର ଶିକ୍ଷାକେନ୍ଦ୍ରର ପରିଚୟ ସୃଷ୍ଟି କରିପାରିଛି ।

Post a Comment

Previous Post Next Post