ମା ଭୈରବୀ ଙ୍କ ନୂତନ ମନ୍ଦିର ରତ୍ନମୁଦ ସ୍ଥାପନ


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବାସିନୀ ମା ଭୈରବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ସ୍ଥାପନ ଆଜି ରବିବାର  ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ପାଇଁ ଗତ କାଲି ଠୁ  ଅଂଚଳର ହଜାର ହଜାର ଭକ୍ତ ଙ୍କ ସମାଗମ ରେ ନାମ,ସଂକୀର୍ତନ, ଢୋଲ, ହରିବୋଲ, ହୁଳହୁଳିରେ  ମାଙ୍କ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଶନିବାର ମଧ୍ୟ ରାତ୍ରରେ ତିନିଜଣ ପ୍ରତିନିଧି ଙ୍କ ଦ୍ୱାରା ପୁରୀ ଶ୍ରୀଜଗନ୍ନାଥ ଧାମରୁ ରତ୍ନମୁଦ ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରୁ ଆଜ୍ଞା ମାଳ ଓ ମହାପ୍ରସାଦ ମା ଙ୍କ ପୀଠରେ ପହଂଚିବା ପରେ ଆଜି ରବିବାର ପ୍ରାତଃ ରୁ ଯଜ୍ଞ ମଣ୍ଡପ ରେ ଯଜ୍ଞ ଆରମ୍ଭ ସହିତ ଅଷ୍ଟ ପ୍ରହରନାମ ଯଜ୍ଞ, ଅନ୍ନ ଯଜ୍ଞ ହୋଇଥିଲା।

ପରେ ମଧ୍ୟାହ୍ନ ୧ଘଣ୍ଟା ୪୦ମିନିଟ ସମୟରେ ମାଙ୍କ ମନ୍ଦିର ରତ୍ନମୁଦ ଶୁଭକାର୍ଯ୍ୟ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ହରିବୋଲ, ହୁଳହୁଳି, ନାମ, ସଂକୀର୍ତନ, ଘଣ୍ଟ, ଶଙ୍ଖ ଧ୍ଵନିରେ ସମଗ୍ର ଅଂଚଳ ଏକ ଭକ୍ତି ମୟ ପରିବେଶ ରେ ମାଙ୍କ ରତ୍ନ ମୁଦ ସ୍ଥାପନ କରାଯାଇଥିଲା। ଏହା ପରେ ସନ୍ଧ୍ୟା ରେ ମାଙ୍କ ଚଣ୍ଡୀ ଯଜ୍ଞ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ଷୋଳଖଣ୍ଡ ମୌଜା ର ସମସ୍ତ ଅଧିବାସୀ ମାନେ ସହଯୋଗ କରିଥିଲେ। ଆସନ୍ତା କାଲି ୨୪ତାରିଖ ରେ ନଗର କୀର୍ତନ ଏବଂ ପୂର୍ଣ୍ଣାହୁତି ହେବାକୁ ଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।

Post a Comment

Previous Post Next Post