ଜଳେଶ୍ବର ୦୩/୪ (ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ର ବାଲିଆପାଳ ଡାକବଙ୍ଗଳା ପରିସରରେ ବିଜୁଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳା ନେତ୍ରୀ ମିନତି ଗିରିଙ୍କ ସଭାପତିତ୍ୱରେ ବିଧାୟକ ନିତ୍ୟାନନ୍ଦ ସାହୁ, ଜିଲ୍ଲାପରିଷଦ ବିଷ୍ଣୁ ପ୍ରିୟା ବୁଗୁଡ଼ି, ମହାଦେବ ଦାସ, ରବିନ୍ଦ୍ର କୁମାର ଅଣ୍ଡିଆ , ଭଗବାନ ଗିରି, ମହେଶ୍ୱର ଜେନା, ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା ମାନେ ଘର କୋଣରେ ନରହି ଏସ ଏଚ ଜି ଗୃପ ମାଧ୍ୟମରେ ନିଜକୁ ସ୍ବାବଲମ୍ବୀ କରିପାରିଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ତେଣୁ ୨୦୨୪ ନିର୍ବାଚନ ବର୍ଷ ଥିବାରୁ ସମସ୍ତେ ପୁଣି ଶଙ୍ଖ ଚିହ୍ନରେ ଭୋଟ ଦେଇ ପୁଣିଥରେ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଶପଥ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଲିଆପାଳ ର ବହୁ ସରପଞ୍ଚ ସମିତି ସଦସ୍ୟ ଓ୍ବାଡ ମେମ୍ବର ଉପସ୍ଥିତ ଥିବା ବେଳେ, ବାଲିଆପାଳ ବ୍ଲକ ବିଜେଡି ସଭାପତିଙ୍କ ସହ ଜିଲ୍ଲାପରିଷଦ ମାନେ ଅନୁପସ୍ଥିତ ଥିଲେ।

Post a Comment