୪୫ କେଜି ଗଞ୍ଜା ସହିତ ୪ଗିରଫ


ଜଳେଶ୍ବର ୦୩/୪ (ଜଗନ୍ନାଥ ଗୋଛାୟତ) ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏକ ଟ୍ରକ ଯୋଗେ ଗଞ୍ଜା ଚାଲାଣ ହେଉଥିବା ଖବରପାଇ ଜଳେଶ୍ବର ପୋଲିସ ପକ୍ଷରୁ ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ନିକଟରେ ଚଢ଼ାଉ କରି ୪୫ କେ.ଜି ଗଞ୍ଜା ସହିତ ୪ଜଣକୁ ଗିରଫ କରିଛି ପୋଲିସ । ଏସ.ଡି.ପି.ଓ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ଵରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲପ୍ଲାଜ଼ା ନିକଟରେ ଚଢ଼ାଉ କରିଥିଲା । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ମହାରାଷ୍ଟ୍ର ରାଜ୍ୟର ଥିବା ଏକ ଟ୍ରକନଂ MH-12-NX-0516 କୁ ଅଟକାଇ ସେଥିରୁ ୫୪ କେଜି ୧୮୦ଗ୍ରାମ ଗଞ୍ଜା ଜବତ କରିବା ସହିତ ୪ଜଣ ଗଞ୍ଜା ବେପାରୀଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ।ଜବତ ଗଞ୍ଜାର ଆନୁମାନିକ ମୁଲ୍ୟ ୪ଲକ୍ଷ ୩୨ ହଜାର ଟଙ୍କା ହେବ ବୋଲି ଜଳେଶ୍ବର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ୪ଜଣ ବେପାରୀଙ୍କ ମଧ୍ୟରୁ ଜଣଙ୍କ ଘର ଜଳେଶ୍ବର ଥାନା ନଶ୍ଚିମପୁର ଆଞ୍ଚରେ ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କର ଘର ପଶ୍ଚିମବଙ୍ଗ ରାଜ୍ୟର ଚବିଶ ପ୍ରଗଣା ଜିଲ୍ଲା ବନଗାଁ ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ଟ୍ରକକୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି।

Post a Comment

Previous Post Next Post