ଭବାନୀପାଟଣା: ୨୭/୦୪ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗ୍ରେଣ୍ଡୁଲ ଗ୍ରାମରେ ସାହାରା ଖୋଜୁଛି ଗରିବ ପରିବାର । ଏହି ପରିବାର ପାଖରେ ନା ଅଛି ରାସନ କାର୍ଡ, ନା ଅଛି ଜବ କାର୍ଡ, ନା ଅଛି ଆବାସ ଯୋଜନାରେ ଘର । ଏହି ଖବର କୁ ଦୃଷ୍ଟି ଦେଇ ଚେରିଟବୁଲ ଟ୍ରଷ୍ଟ, ଭୁବନେଶ୍ୱର, ଏବଂ ଗୋଳାମୁଣ୍ଡା ର ଯୁବ ସମାଜ ସେବି ଶ୍ରୀ ରାଜେଶ କୁମାର ଅଗ୍ରୱାଲ,ଶ୍ରୀ ତରଙ୍ଗ ଚଣ୍ଡୀ,ଶ୍ରୀ ରବୀନ୍ଦ୍ର ରାଉତ ଏହି ଗରିବ ପରିବାରକୁ କିଛି ରାସନ ଓ ବସନ ର ସହାୟତା ଦେଇଛନ୍ତି । ଗୋଳାମୁଣ୍ଡା ବ୍ଲକ ପ୍ରଶାସନ ହେଉ କିମ୍ବା ଅଞ୍ଚଳର ନିର୍ବାଚିତ ପ୍ରତିନିଧି ମାନେ ଚୁପ ରହିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ସତରେ କଣ ଏହି ଗରିବ ପରିବାର ସରକାରୀ ଯୋଜନାରେ ସାମିଲ ହେବେ ନା ସରକାରୀ ଯୋଜନା ଏମାନଙ୍କ ପାଇଁ ଉପହାସ ହୋଇ ରହିଯିବ । ପ୍ରଶାସନ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।

Post a Comment