ଜୁନାଗଡ (ଧିରେନ୍ଦ୍ର ସୁନାନି) ଜୁନାଗଡ ସହର ରେ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଙ୍କୁ ସ୍ଥାନୀୟ ସାମ୍ୱାଦିକ ଓ ଓକିଲ ସଙ୍ଘ ତରଫ ରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲ । ଏହି ଅବସର ରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ,ଓକିଲ ସଂଘ ସଭାପତି ଅଶୋକ ପାତ୍ର, ସାମ୍ୱାଦିକ ସଙ୍ଘ ସଭାପତି ହିମାଂଶୁ ବରାଡ, ବରିଷ୍ଟ ନାଗରିକ ସଙ୍ଘ ସଭାପତି ଈଶ୍ୱର ପୁଝାରୀ, ସିଟିଜେନ୍ ଫୋରମ୍ ର ବିଜୟ ବେହେରା, କର୍ତ୍ତବ୍ୟ ର ଆଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ହୋଇ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପଦ୍ମଶ୍ରୀ ପଟ୍ଟାୟତ ସାହୁ ନିଜର ଜନ୍ମ ମାଟି ନାନ୍ଦୋଲ ଗ୍ରାମ ଠାରେ ମାତ୍ର ୬୫ ଡିସିମିଲ ଜାଗା ରେ ଦେଶ ର ବିଭିନ୍ନ କୋଣ ରୁ ୩୦୦୦ ରୁ ଉର୍ଦ୍ଧ ଔଷଧ ବୃକ୍ଷ ପ୍ରତିରୋପଣ କରି ପ୍ରଧାମନ୍ତ୍ରୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦୃଷ୍ଟି କୁ ଆସି ଦେଶ ରେ ଚର୍ଚ୍ଚିତ ହୋଇ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ହୋଇ ଜିଲ୍ଲା ତଥା ରାଜ୍ୟ କୁ ଗୌରବ ଆଣିଛନ୍ତି। ସମାଜ ର ଉତ୍ଥାନ ତଥା ଗରିବ ଜନ ସାଧାରଣ ଙ୍କୁ ଆୟୁର୍ବେଦିକ ଔଷଧୀ ସେବା ଯୋଗାଇ ଦେଇ ସେ ଇତିହାସ ସୃଷ୍ଟି କରିଛନ୍ତି। ଏହି ମହାନ ବ୍ୟକ୍ତିତ୍ଵ ପାଇଁ ଆମେ କଳାହାଣ୍ଡି ବାସି ଗର୍ବିତ ଏବଂ ତାଙ୍କୁ ସମ୍ମାନୀତ କରି ସମସ୍ତେ ସୌଭାଗ୍ୟ ଲାଭ କରିଛି ବୋଲି ଉପସ୍ଥିତ ଅତିଥ ମାନେ ପ୍ରକାଶ କରିଥଲେ। ସେହି ପରି ଏହି ସମ୍ବର୍ଧନା ସଭା ରେ ଜୁନାଗଡ ବଣିକ ସଂଘ ରୁ ପ୍ରଭାତ ଦାସ, ମା ମାଟି ମମତା ରୁ ବିଶ୍ଵନାଥ କର, ଟ୍ରକ୍ ୟୁନିଅନ ରୁ ତାପସ ସାହୁ, ମାରୱାଡ଼ି ସଂଘଠନ ରୁ ଚମ୍ପକ ଅଗ୍ରୱାଲ, ବ୍ରାହ୍ମଣ ସମାଜ ରୁ ଶାନ୍ତନୁ ଯୋଷୀ,ସୁରେଶ ପଣ୍ଡା ଓ କାଳିନ୍ଦୀ ପାଣିଗ୍ରାହି ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ସାମ୍ୱାଦିକ ସଂଘ ଓ ଓକିଲ ସଂଘ ପକ୍ଷରୁ ପଦ୍ମଶ୍ରୀ ସାହୁ ଙ୍କୁ ଉପଢୋକନ ସହ ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସାମ୍ୱାଦିକ ସଂଘ ର ବରିଷ୍ଟ ସଦସ୍ୟ ସନ୍ତୋଷ କୁମାର ସିଂ ଦେଓ ପରିଚାଳନା କରିଥିବା ବେଳେ ସଙ୍ଘ ସମ୍ପାଦକ ନରେନ୍ଦ୍ର ଖିତି ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ଯକ୍ରମ ରେ ରଜନୀ ମିଶ୍ର, ବିଭୁ ପ୍ରସାଦ ପାଢୀ,ରବି ଶଙ୍କର ସୁନାନି, ହୃଦାନନ୍ଦ ପୁଝାରୀ,ମିକୁନ ପଟ୍ଟନାୟକ, ପ୍ରଶାନ୍ତ ନିଆଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Post a Comment