ଜୁନାଗଡ଼ ୯/୪ (ଧୀରେନ୍ଦ୍ର ସୁନାନି ) ଜୁନାଗଡ଼ ସହର ସ୍ଥିତ ଚମେଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇ ଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ଶ୍ରେଣୀ ଗୃହ ର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା ଏବଂ ଏନ ଏ ସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇବା ପାଇଁ ଯୁକ୍ତ ତିନି ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରିବି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜୁନାଗଡ଼ ବିଡ଼ିଓ ଦୁଲରମ ମାରାଣ୍ଡି ପରିଚାଳନା କରିଥିବାବେଳେ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା ବିଦ୍ୟାଳୟ ର ସମସ୍ୟା କୁ ଦୃଷ୍ଟି ଆକର୍ଷଣ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏଥିରେ ସକ୍ରିୟ ସହଯୋଗ କରିଥିବା ବେଳେ ପୂର୍ବତନ ନଗରପାଳ ମହେଶ ସାହୁଏବଂ ଦିନେଶ ବଗର୍ତୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Post a Comment