ଭବାନୀପାଟଣା ୨୫/୦୪ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲାର ଚାଷୀ ଏବେ ରାଜ୍ୟରେ ଏକ ଉଦ୍ୟମାନ ଚାଷୀ ଭାବେ ପରିଗଣିତ ହେବାରେ ଲାଗିଛନ୍ତି। ବିଭିନ୍ନ ଚାଷ ଉପରେ ରୁଚି ରଖି ଉଦାହରଣ ସୃଷ୍ଟି କରିପାରିଛନ୍ତି।ଗତ ବର୍ଷ ବିଦେଶୀ ଫଳ ଟ୍ରାଗନ ଚାଷ କରି ରାଜ୍ୟ, ଦେଶ ରେ ଅର୍ଜନ ଲାଭ କରିଥିବା ବେଳେ ଏବେ ପୁଣି ଗ୍ରୀନ ସିଓ ଚାଷ କରି ଚର୍ଚ୍ଚା ରେ ଆସିଛନ୍ତି।କଳାହାଣ୍ଡି ମାଟିରେ ନିଜ ଜମିରେ ସିଓ ଗଛ ଲଗେଇ ସଫଳ ଭାବେ ଫଳାଇ ରାଜ୍ୟ ପାଇଁ ଏକ ଗୌରବ ସୃଷ୍ଟି କରିପାରିଛନ୍ତି।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କଦଲିମୁଣ୍ଡା ଗ୍ରାମର ଚାଷୀ କାଳେଶ୍ୱର କାଣ୍ଡ ଅସମ୍ଭବ କୁ ସମ୍ଭବ କରିଦେଖାଇ ଦେଇଛନ୍ତି।ସେ ପଞ୍ଚମ ପଢ଼ିଛନ୍ତି ସତ ହେଲେ ୟୁତୁବ ମାଧ୍ୟମରେ ପ୍ରେରଣା ଜ୍ଞାନ ଆରୋହଣ କରି ସିଓ ଚାଷ ପ୍ରତି ମନ ବୋଲାଇ ଥିଲେ।ପ୍ରଥମେ ହିମାଚଳ କୁଚିଣ୍ଡାର ଚାଷୀ ଙ୍କ ସହ ଯୋଗାଯୋଗ କରି ସିଓ ଚାଷ ଉପରେ ପଚାରି ବୁଝି ଥିଲେ।ଚାରା ପିଛା ୩୫୦ଟଙ୍କା ଦେଇ ୧୫୦ଟି ଗଛ ସେଠାରୁ ମଗାଇଥିଲେ।ୟୁଟୁବ ମାଧ୍ୟମରେ ପଦ୍ଧତି ପ୍ରକ୍ରିୟା ବୁଝି ପ୍ରାୟ ସେହି ଚାରା ସବୁ ଏକ ଏକର ଜମିରେ ଲଗାଇଥିଲେ।ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଦୁଇ ବର୍ଷରେ ବିନିଯୋଗ ହୋଇଥିବା ସେ ପ୍ରକାଶ କରନ୍ତି ।ବର୍ତ୍ତମାନ ଗଛ ରେ ସିଓ ଫଳିବା ଆରମ୍ଭ ହୋଇଛି।ବର୍ଷ କୁ ୨୦କୁଇଣ୍ଟାଲ ସିଓ ଅମଳ ହେବା ଆଶା ରଖିଥିବା ବେଳେ ଭବିଷ୍ୟତ ରେ ୧୦୦ରୁ ଉର୍ଦ୍ଧ୍ୱ କ୍ୱିଟାଲ ପାଇବା ପ୍ରୟାସ ଜାରି ରଖିଛନ୍ତି-ଏଥିପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକ ଥିବା କହିଛନ୍ତି।ଅନ୍ୟପଟେ ପରିବାର ସଦସ୍ୟ ବିଶେଷ କରି ତାଙ୍କ ସ୍ତ୍ରୀ ଏହି ଚାଷ ରେ ସହଯୋଗ କରିଥିବା କରିଥିବା ପରିପ୍ରକାଶ କରନ୍ତି।ସୂଚନାଯେ, ସିଓ ସାଧାରଣତଃ ଶୀତଳ ପରିବେଶ ଭିତରେ ହୋଇ ଥାଏ।ଆମ ଦେଶର ଜମ୍ମୁ କାଶ୍ମୀର ,ହିମାଚଳ ପ୍ରଦେଶ ମାନଙ୍କରେ ଦେଖୁବାକୁ ମିଳିଥାଏ।ତେବେ ଏହି ରାଜ୍ୟ ମାନଙ୍କ ତୁଳନାରେ ଆମ ରାଜ୍ୟର ତାପମାତ୍ରା ଅଧିକ ଥିଲେ ହିଁ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି କାଳେଶ୍ୱର।୪୦-୪୫ସେଲସିୟସ ତାପମାତ୍ରା ଭିତରେ ଗ୍ରୀନ ସିଓ ଚାଷ କରି ସଫଳ ହୋଇଛନ୍ତି।ଏହି ଖବର ପ୍ରଘଟ ହେବା ପରେ ଦୈନଦିନ ଚାଷ ଦେଖିବାକୁ ଦୂର ଦୁରାନ୍ତରୁ ଲୋକଙ୍କ ସୁଅ ଛୁଟିଛି।ଏପରିକି ଦିଲ୍ଲୀ ରୁ ଏକ ଟିମ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି।ତେବେ କୃଷି ଓ ଉଦ୍ୟାନକୃଷି ବିଭାଗ ଅଞ୍ଚଳ ର ଚାଷୀ ମାନଙ୍କୁ ପ୍ରତ୍ସାହନ ଯୋଗାଇ ଦେଲେ ଅନେକ ଚାଷୀ କାଳେଶ୍ୱର ଭଳି ସଫଳ ହୋଇ ପାରିବେ ବୋଲି ବୁଦ୍ଧିଜୀବୀ ଙ୍କ ଭିତରେ ମତ ପ୍ରକାଶ ପାଉଛି ।

Post a Comment