ପାଗଳ ମାଙ୍କଡ଼କୁ ଧରିବାରେ ଦୁଇଦିନ ଧରି ନୟାନ୍ତ ହେଲେଣି ବନବିଭାଗର ମାଙ୍କଡ଼ ଧରାଳି ।
ଜଳେଶ୍ଵର,୨୫/୪(ଜଗନ୍ନାଥ ଗୋଛାୟତ) ଜଳେଶ୍ବର ସହରାଞ୍ଚଳରେ ପଥରପୁରା ଗ୍ରାମରେ ମାଙ୍କଡ଼ ଆତଙ୍କରେ ଗ୍ରାମବାସୀ ଭୟବିତ ରହିଥିବା ବେଳେ ପାଗଳ ମାଙ୍କଡ଼ କାମୁଡାରେ ଆଠରୁ ଉର୍ଦ୍ଧ୍ବ ଲୋକ ଆହତ ଜଣେ ନାବାଳକ ଗୁରୁତର। ଗତ ତିନି ଦିନ ଧରି ପଥରପୁରା ଗ୍ରାମ ରେ ଗୋଟିଏ ମାଙ୍କଡ଼ ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ସକାଳ ସମୟରେ ମାଙ୍କଡ଼ଟି ଜଣେ ନାବାଳକକୁ କାମୁଡି ଖଣ୍ଡିଆ ଖାବରା କରି ଦେଇଥିବା ବେଳେ ସାଧାରଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଜାରି ରଖିଛି। ତେବେ ଗ୍ରାମବାସୀଙ୍କ ଠାରୁ ଖବରପାଇ ବନବିଭାଗର ମାଙ୍କଡ଼ ଧରାଳିଙ୍କ ସହାୟତା କ୍ରମେ ମାଙ୍କଡ଼କୁ ଧରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସନ୍ଧ୍ୟା ସୁଦ୍ଧା ମାଙ୍କଡକୁ ଧରିବାରେ ବିଫଳ ହୋଇଛି ବନବିଭାଗ ।
Post a Comment