କଣ୍ଟାବାଞ୍ଜି : ( ମୋହନ ସୁନା) କଣ୍ଟାବାଞ୍ଜି ରେ ଲୁଟେରାଙ୍କ ଆତଙ୍କ ଯୁବକଙ୍କୁ ଛୁରାମାଡ କରି ଲୁଟିନେଳେ ଦୁର୍ବୃତ୍ତ । ଛୁରାମାଡରେ ଗୁରୁତର ହୋଇଛନ୍ତି ଯାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ଠାରେ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ବଙ୍ଗୋମୁଣ୍ଡା ଥାନା ତେତେଲପଡା ଗାଁର ରମେଶ ବନଛୋର ଓ ପୃଥିରାଜ୍ ଚନ୍ଦନ ବସ ଷ୍ଟାଣ୍ଡକୁ ଆସୁଥିବା ବେଳେ ୪ ରୁ ୫ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ୨ଜଣକୁ ଘେରାଉ କରି ଲୁଟ ପାଟ କରିଥିଲେ। ଲୁଟ ସମୟରେ ଦୁର୍ବୃତ୍ତ ମାନେ ରମେଶ ବନଛୋରଙ୍କ ଗଳାରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ମୋବାଇଲ୍ ଛଡ଼ାଇ ଫେରାର ମାରିଥିଲେ। ରମେଶଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟଲୋକେ । ସେଠାରେ ତାଙ୍କ ଚିକିତ୍ସା କରାଯାଇଛି। ଦୁର୍ବୃତ୍ତମାନେ ରମେଶଙ୍କ ପାଖରେ ଥିବା ମୋବାଇଲ, ୨୩୦୦ ଟଙ୍କା ଓ ପୃଥିରାଜଙ୍କ ମୋବାଇଲ ଓ ଘଣ୍ଟାକୁ ଛଡ଼ାଇ ଫେରାର ମାରିଛନ୍ତି । ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
କଣ୍ଟାବାଞ୍ଜି ରେ ଲୁଟେରାଙ୍କ ଆତଙ୍କ : ଛୁରାମାଡ଼ କରି ଲୁଟିନେଳେ ଦୁର୍ବୃତ୍ତ
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment