ରାଇବଣିଆ ଦୁର୍ଗରେ ନିର୍ମାଣ କାର୍ଯ୍ୟରେ ରଡ଼ ଚୋରି ଅଭିଯୋଗରେ ଦୁଇ ଗିରଫ


ଜଳେଶ୍ବର ୪/୪ (ଜଗନ୍ନାଥ ଗୋଛାୟତ) ରାଇବଣିଆ ଦୁର୍ଗରେ ହେଉଥିବା ନୂତନ ତୋରଣ କାମରୁ କେହି ଦୁର୍ବୁତ୍ତ ରଡ଼ ଚୋରି କରିଥିବା ନେଇ ଗତକାଲି ସକାଳେ ରାଇବଣିଆ ଥାନାରେ ମହେଶ୍ୱର ପରିଡା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ରାଇବଣିଆ ଥାନା ଆଇଆଇସି ଆର୍ତତ୍ରାଣ ସେଠିଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏକ ଟିମ ତଦନ୍ତ କରି ଗତକାଲି ରାତିରେ ରାଇବଣିଆ ଅଂଚଳରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ପାଖାପାଖି ୪କୁଇଣ୍ଟାଲ ରଡ଼ ଜବତ କରିଛି । ଏନେଇ ରାଇବଣିଆ ଥାନାରେ ୩୬/୨୩ମୂଳେ ମାମଲା ରୁଜୁ କରି ଅଧିକ ତଦନ୍ତ ରାଇବଣିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Post a Comment

Previous Post Next Post