ଅନେକ ବାଧା ବିଘ୍ନ ପରେ ଅନ୍ତତଃ ମହୁଲପାଟି ଗ୍ରାମରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ର ଶିଳାନ୍ଯାସ


ତୁରେକେଲା,(ଆଜତକ୍ ଓଡ଼ିଶା) ୧୦ ଏପ୍ରିଲ ୨୦୨୩ ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ତୁରେକେଲା ବ୍ଲକ ର ମହୁଲପାଟି ଗ୍ରାମରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୃହ ର ଶିଳାନ୍ଯାସ ହୋଇ ଯାଇଛି । ଅନେକ ପୂର୍ବରୁ ମହୁଲପାଟି,ହଲନଭଟା ତଥା ଢୋଲମାନ୍ଦଲ ଗ୍ରାମ ପଞ୍ଚାୟତ କୁ ନେଇ ମହୁଲପାଟି ରେ ଏକ ନୂତନ ରାଜସ୍ୱ ନିରୀକ୍ଷକ ସର୍କଲ ହେବା ନିମନ୍ତେ ସରକାର ମଞ୍ଜୁର କରିସାରି ଥିବା ବେଳେ, ଗତ ଅଗଷ୍ଟ ୨୦୨୨ ରେ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ମହୁଲପାଟି ଗ୍ରାମ ସରକାରୀ ଖତିୟାନ ସଂଖ୍ୟା-୧୦୧ , ପ୍ଲଟ ସଂଖ୍ୟା ୧୧୫୭ ଏ ୦:୫୭ ରୁ ଏ ୦:୧୪ ତହସିଲଦାର କଣ୍ଟାବାଞ୍ଜି ଙ୍କ ଦ୍ଵାରା ଚିହ୍ନଟ କରାଯାଇ ଥିଲା,ଯାହା ଜିଲ୍ଲାପାଲ ବଲାଙ୍ଗୀର ମଞ୍ଜୁର କରିଥିଲେ । ଏହା ପରେ ଟେଣ୍ଡର ହୋଇ କାର୍ଯ୍ୟାରମ୍ଭ ବେଳେ ମହୁଲପାଟି ଗ୍ରାମର ଜନୈକ ରାଜ ନୈତୀକ ପରିବାର ଉକ୍ତ ପ୍ଲଟ ଟି ତାଙ୍କର ହୋଇଥିବା ଦାବି ପୂର୍ବକ  ରାଜନୈତିକ ଚାପ ସୃଷ୍ଟି କରି କାର୍ଯ୍ୟାଳୟ ସ୍ଥାନ ପରିବର୍ତ୍ତନ କରିବାକୁ ଅପଚେଷ୍ଟା କରିଥିଲେ । ଯାହାଫଳରେ ଗତ ଫେବୃଆରୀ  ୨୦୨୩ ରେ ଭୂମି ପୂଜନ ଅନ୍ତେ କାର୍ଯ୍ୟ ଆରମ୍ଭ ହୋଇ ସାରି ଥିବା ଉକ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ ଅସ୍ଥିରତା ମଧ୍ୟରେ ସ୍ଥଗିତ ରହି ଯାଇଥିଲା । ଉକ୍ତ ବିଷୟ କୁ ମହୁଲପାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୀବ କୁମାର ସାହୁ ତଥା ପୂର୍ବତନ ସରପଞ୍ଚ କାର୍ତ୍ତିକେଶ୍ବର ସାହୁ ଗମ୍ଭୀରତାର ସହ ନେଇ ଗତ ତା ୦୩-୦୪-୨୩ ରେ ଜିଲ୍ଲାପାଲ ବଲାଙ୍ଗୀର ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଉପସ୍ଥିତ ହୋଇ  ପୂର୍ବରୁ ଚିହ୍ନଟ ହୋଇ ଥିବା ସ୍ଥାନରେ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ନିବେଦନ କରି ଥିବା ବେଳେ, ଜିଲ୍ଲା ପାଲ ମଧ୍ୟ ତୁରନ୍ତ ପଦକ୍ଷେପ ଗ୍ରହଣ ପୂର୍ବକ ନିର୍ମାଣ ତ୍ବରାନ୍ବିତ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ତତଃ ୧୦ ଏପ୍ରିଲ ରେ ସ୍ଥାନୀୟ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ମହୋଦୟ ମହୁଲପାଟି ଗ୍ରାମ କୁ ଆସି ଉକ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଶିଳାନ୍ଯାସ କରିଯାଇ ଥିବା ବେଳେ, ବଲାଙ୍ଗୀର ଜିଲ୍ଲାପାଲ ଙ୍କ ପଦକ୍ଷେପ କୁ ଅଞ୍ଚଳ ର ଜନସାଧାରଣ ଙ୍କ ଦ୍ଵାରା ଭ୍ଯୁୟସୀ ପ୍ରଶଂସା କରାଯାଇ ଅଛି ।

Post a Comment

Previous Post Next Post