ବିଦ୍ୟୁତ୍ ସେବାରୁ ବଞ୍ଚିତ ବରଗାଁ ନୂଆଁପଡ଼ା ବାସି, ଆନ୍ଦୋଳନ ପାଇଁ ସଜବାଜ


କଣ୍ଟାମାଳ : (ମନଧରକର୍ମୀ) ସରକାର ସମସ୍ତ ଗାଁ ସାହି କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କାଖର୍ଚ୍ଚା କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଲା ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ଅଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ର ବରଗାଁ ନୂଆଁପଡ଼ା ବାସି, ଏହି ପଡ଼ାରେ ୨୦ ପରିବାର ବସ ବାସ କରନ୍ତି । ଅନେକ ଥର ବିଦ୍ୟୁତ୍ ବିଭାଗ ର ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନୂଆପଡ଼ା ବାସି ଅଭିଯୋଗ କରୁଛନ୍ତି। ବିଦ୍ୟୁତ୍ ନ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ପାଠପଢା ରେ ବାଧପ୍ରାପ୍ତ ହେଉଥିବାପଡ଼ା ବାସି କହୁଛନ୍ତି। ଏଥି ପ୍ରତି ବିଦ୍ୟୁତ୍ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ନୂଆଁପଡ଼ା ବାସି ଦାବି କରୁଛନ୍ତି।

Post a Comment

Previous Post Next Post