ନୂଆପଡ଼ା, (ପରମେଶ୍ୱର ମେହେର) ସ୍ୱତନ୍ତ୍ରବାର୍ତ୍ତା ବ୍ୟରୋ ରାଜ୍ୟ ସରକାରଙ୍କ ମିଲେଟ ମିଶନ ପକ୍ଷରୁ ନୂଆପଡା ଜିଲ୍ଲାର ଚାଷୀଙ୍କୁ ମାଣ୍ଡିଆ ବିହନ ଯୋଗାଇ ଦିଆଯାଛି ଥିବା ବେଳେ ଖରାଟିଆ ମାଣ୍ଡିଆ ଚାଷ ପାଇଁ ମିଲେଟ ମିଶନର ଅଧିକାରୀଙ୍କ ଦ୍ୱାରା ଖରାଟିଆ ମାଣ୍ଡିଆ ଚାଷୀ ପାଇଁ ପରୀକ୍ଷା ମୂଳକ ଭାବରେ ଆରମ୍ଭ ହୋଇଛି । ମାଣ୍ଡିଆ ଚାଷ ଜିଲ୍ଲାର ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୁଷ୍ଟି କରିପାରିଛି । ଜିଲ୍ଲାରେ ୬୫୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯଇଥିବା ବେଳେ କୋମନା ବ୍ଲକରେ ୧୫୫ ହେକ୍ଟର ଚାଷ କରାଯାଇଛି । ବେଲଗାଁର ପୁର୍ଣିମା ଦଳ, ଚମାର କରୁଆଁ, ରୁପସୀଙ୍ଗ ମାଝୀ, ପଦ୍ମନୀ ଦଳ, ଇନ୍ଦ୍ରା ଦଳ, କାଶୀ କରୁଆଁ, ପିତାମ୍ବର ମାଝୀ, ଭଳି ଗାଁର ବାର ଜଣ ଚାଷୀଙ୍କୁ ମିଲେଟ ମିଶନ ଦ୍ୱାରା ମାଣ୍ଡିଆ ବିହନ ଯୋଗାଇ ଦିଆଯାଇଛି ।
ଚାଷୀ ମାଣ୍ଡିଆକୁ ଗଜା କରି ,ରୋପଣ, ଭଲ ଅମଳ ହୋଇଛି ବୋଲି ଚାଷୀଙ୍କ ମନରେ ହସ ପୁଟୁଛି । ପ୍ରଥମ କରି କୋମନା ବ୍ଲକର ବେଲଗାଁ ର ଚାଷୀ ଖରାଟିଆ ମାଣ୍ଡିଆ ଚାଷ କରିଛନ୍ତି । ମିଲେଟ ମିଶନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଁଥିବାରୁ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ମାଣ୍ଡିଆ ଚାଷ । ଜିଲ୍ଲାରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏବେ ମିଲେଟ ମିଶନ ଅଧିକାରୀଙ୍କ ତତ୍ୱାବଧାନରେ, ଜିଲ୍ଲାର ଚାଷୀ ମାଣ୍ଡିଆ ଚାଷ କରି କେମିତି ଲାଭବାନ ହେବେ ସେ ନେଇ ଚାଷୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ।
Post a Comment