ନାନ୍ଦୋଲ୍ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସମବାୟ ବ୍ୟାକିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ


ଜୁନାଗଡ଼ ୨୯/୩ (ଧୀରେନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ୍ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା । ରାଜ୍ୟ ସରକାର ଙ୍କ ଯୋଜନା ଯେମିତି ପ୍ରତ୍ୟେକ ଚାଷୀଙ୍କ ଘରେ ଘରେ ପହିଞ୍ଚିପାରିବ ।ସମସ୍ତ ଚାଷୀ ଙ୍କୁ ନିବେଦନ କରାଗଲା ସେମାନେ କେମିତି ଆସିବେ ଆଉ ସବୁ ଯୋଜନା ର ଉପକାର ପାଇବେ । କାର୍ଯ୍ୟକ୍ରମ ରେ ସଭା ପରିଚାଳନା ଶ୍ରୀଯୁକ୍ତ ଯତୀନ୍ଦ୍ର କର କରିଥିବା ବେଳେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଶ୍ରୀଯୁକ୍ତ ପଟାୟାତ କୁମାର ସାହୁ ସମ୍ମାନିତ ଅତିଥି ଶ୍ରୀମତୀ ବାସନ୍ତୀ ସାହୁ - ସଭାପତି ନାନ୍ଦୋଲ୍ ସମବାୟ ସମିତି ,ଶ୍ରୀମତୀ ଅଞ୍ଜଳି ଖମାରି - ଶାଖା ପରିଚାଳିକା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଜୁନାଗଡ଼ ଶାଖା,ଲାଲ ବାହାଦୁର ଯାନୀ - ଜିଲ୍ଲା ପରିଷଦ ଜୁନାଗଡ଼ ଜୋନ ନଂ - ୩ ହାଡିବନ୍ଧୁ ବିଶ୍ୱାଳ - ଉପସଭାପତି , କେ ସୁନୀଲ କୁମାର - ସରପଞ୍ଚ ତଳ ଜାରିଙ୍ଗ, ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର , ନାନ୍ଦୋଲ ପ୍ରାଥମିକ କୃଷି ସମବାୟ ସମିତି ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ କୃପାସିନ୍ଧୁ ମହାନନ୍ଦ, ସମିତିର ପରିଚାଳନା ପରିଷଦ ର ନିର୍ଦେଶକ ବୃନ୍ଦ -କୁରୁକ୍ଷେତ୍ର ମାଝୀ, ସୁରେନ୍ଦ୍ର କୁମାର ସାହୁ, ଶିଶିର କୁମାର ସାହୁ, ତୁଲାରାମ ମାଝୀ, ଦିଲ୍ଲୀପ କୁମାର ଝାଙ୍କର, ଅମୁଲ୍ୟ ବିଶ୍ୱାଳ, ପବିତ୍ର ମାଝୀ, ଅମରେଶ ଚନ୍ଦ୍ର ବାଗ, ପ୍ରଶାନ୍ତ କୁମାର ସେନାପତି ଓ ଅଞ୍ଚଳ ର କୋଣ ଅନୁକୋଣରୁ ଚାଷୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Post a Comment

Previous Post Next Post