ଆଜତକ୍ ଓଡ଼ିଶା ବ୍ୟୁରୋ : ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକା । ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପ୍ରଣବ ପ୍ରକାଶ ଦାଶଙ୍କୁ ୪ଜିଲ୍ଲାର ଦାୟିତ୍ୱ ମିଳିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର - ପ୍ରତାପ ଦେବ, ବରଗଡ - ସୁଧୀର ସାମଲ , ଭଦ୍ରକ - ପ୍ରତାପ ଜେନା, ବଲାଙ୍ଗୀର - ସୁଶାନ୍ତ ସିଂହ, ଦେବଗଡ - ଅମରେଶ ଜେନା, କଟକ - ପ୍ରଫୁଲ୍ଲ ମଲ୍ଲିକ, ଅନତୁ ସବ୍ୟସାଚ୍ଚୀଙ୍କୁ ଗଜପତି ଓ ରାୟଗଡା ଦାୟିତ୍ୱ ମିଳିଛି । ସେହିପରି ଜଗତସିଂହପୁର - ଅରୁଣ ସାହୁ, କନ୍ଧମାଳ - ବିଜୟ ନାୟକ, କେନ୍ଦ୍ରାପଡା - ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା - ରବୀନ୍ଦ୍ର ଜେନା , ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ୱ ମିଳିଛି ।
ନବରଙ୍ଗପୁର - ଈଶ୍ୱର ପାଣିଗ୍ରାହୀ , ନୟାଗଡ - ପଦ୍ମନାଭ ବେହେରା, ନୂଆପଡା - ସ୍ନେହାଙ୍ଗିନୀ ଛୁରିଆ, ପୁରୀ - ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ସୁନ୍ଦରଗଡ - ପ୍ରୀତିରଞ୍ଜନ ଘଡେଇ , କଳାହାଣ୍ଡି - ପ୍ରଣବ ବଳବନ୍ତରାୟ, ଗଞ୍ଜାମ - ପ୍ରଦୀପ ଅମାତ. ବୌଦ୍ଧ - ସୌଭାଗ୍ୟ ନାୟକଙ୍କୁ ଦାୟିତ୍ୱ । ଅନ୍ୟପକ୍ଷରେ ଯାଜପୁର - ଅଶୋକ ପଣ୍ଡା, ଝାରସୁଗୁଡା - ସାରଦା ନାୟକ , ମୟୂରଭଞ୍ଜ -ପ୍ରଶାନ୍ତ ମୁଦୁଲି ଏବଂ ସୁବର୍ଣ୍ଣପୁର - ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।
ତେବେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୁଜାରୀ, ନଳିନୀ ପ୍ରଧାନ । କିଛି ଦିନ ତଳେ ବିଜେପି ରାଜ୍ୟ ମୁଖିଆ ପରିବର୍ତ୍ତନ କରିବା ପରେ ବିଜେଡିର ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ରାଜନୀତିକୁ ଅଧିକ ସରଗରମ କରିଛି ।
Post a Comment