ଗୋବରଘଟ୍ଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସାପ୍ତାହିକ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ


ଜଳେଶ୍ୱର (ଜଗନ୍ନାଥ ଗୋଛୟତ) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘଟ୍ଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସରପଞ୍ଚ ମିନତୀ କରଙ୍କ ପୌରହିତ୍ୟରେ ସାପ୍ତାହିକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ପଞ୍ଚାୟତର ସଦସ୍ୟ ନାଥୁରାମ ହେମ୍ବ୍ରମ , ଯୁବ ସମାଜସେବୀ  ଚନ୍ଦନ କର, ଭିଏଲଡବ୍ଲୁ ସିଲୁ କୁମାର ସାହା,ଜିଆରଏସ ଶକ୍ତିଧର ଘୋଷ, ନାଏବ ସରପଞ୍ଚ ସୁବଲ ମହାନ୍ତି ଏବଂ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ଲୋକ ମାନଙ୍କର ସମସ୍ୟା ଶୁଣି  ସମାଧନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚ୍ୟ ବିଷୟ ବିଦ୍ୟୁତ ବିଭାଗକୁ ନେଇ ଥିଲା।ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ଭୁବନ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ସୁବ୍ରତ ସାହୁ,ଏଲଏମ ନିମାଇଁ ଚନ୍ଦ୍ର ପରିଡ଼ା, ଚନ୍ଦନ ମହାନ୍ତି, ସୁବାଶିଷ ରଣା, ଶିବନାରାୟଣ ପ୍ରଧାନ,ଏଲଏଚ ମନ୍ମଥ କୁମାର ଜେନା, ବିଶ୍ୱଜିତ୍ ଦାସ, ଜଗନ୍ନାଥ ମଣ୍ଡଳ, ଦୀପକ କର ଉପସ୍ଥିତ ଥିଲେ।ନୂତନ ସଂଯୋଗ ପାଇଁ ୪୦ ଜଣ ଆବେଦନ କରିଥିବା ସ୍ଥଳେ ପୁରୁଣା ସମସ୍ୟାର ସମାଧାନ ପାଇଁ ଆସିଥିବା ୮୩ ଜଣ ଗ୍ରାହକଙ୍କ ଠାରୁ ଶୁଣାଣି କରାଯାଇ ସେମାନଙ୍କୁ  ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା।

Post a Comment

Previous Post Next Post