ଜଳେଶ୍ୱର ୨୫/୩ (ଜଗନ୍ନାଥ ଗୋଛୟତ) ଜଳେଶ୍ବର ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ନିର୍ବାଚନରେ କୁଞ୍ଜ ବିହାରୀ ଦାସ ସଭାପତି ଓ ବିଜନ କୁମାର ଦେ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ସଭାପତି ଶ୍ରୀ ଦାସ ୧୦୮ ଭୋଟ ପାଇଥିବା ବେଳେ ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥବା ପତିତ ପାବନ ପ୍ରଧାନଙ୍କୁ ମାତ୍ର ୩୭ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସମ୍ପାଦକ ଭାବେ ବିଜନ କୁମାର ଦେ ୭୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ମଦନ ମୋହନ ରାଉଳ ୫୭ ଓ ମନୋରଂଜନ ମିଶ୍ର ମାତ୍ର ୧୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।ସେହିପରି କୋଷlଧ୍ୟକ୍ଷ ଭାବେ ବିନୋଦ କୁମାର ଗିରି ୯୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ଶ୍ରୀ ଗିରି ୯୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥବା ଦିଲ୍ଲୀପ କୁମାର ମହାନ୍ତ ୫୬ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।ଏହା ପୂର୍ବରୁ ଉପସଭାପତି ରୂପେ ଭବାନୀ ଶଙ୍କର ଭଞ୍ଜ,ଯୁଗ୍ମ ସମ୍ପାଦିକା ରୂପେ ସବିତା ରାଣୀ ସାହୁ,ସହ ସମ୍ପାଦକ ରୂପେ ଜଗଦୀଶ ଚନ୍ଦ୍ର ପାଳ,ଲାଇବ୍ରେରୀ ସମ୍ପାଦକ ରୂପେ ବୀରେନ୍ଦ୍ର ନାଥ ମହାନ୍ତି,ସହ ଲାଇବ୍ରେରୀ ସମ୍ପାଦକ ରୂପେ ରାମକୃଷ୍ଣ ନନ୍ଦୀ ଓ କାର୍ଯ୍ୟକାରିଣୀ ସଭ୍ୟ ରୂପେ ଅଜିତ କୁମାର ସୁର,ଅସିମ କୁମାର ଦେ, ବିଷ୍ଣୁପଦ ଦାସ ମହାପାତ୍ର, ଲକ୍ଷ୍ମୀ ନାରାୟଣ ପ୍ରାମାଣିକ,ରେଜିଆ ସୁଲତାନ ବେଗମ,ସରୋଜ କୁମାର ଭୂୟାଁ ଓ ସ୍ନିଗ୍ଧା ପାଣିଗ୍ରାହୀ ପ୍ରମୁଖ ୭ ଜଣ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇସାରିଛନ୍ତି।ଆଜିର ନିର୍ବାଚନ କାର୍ଯ୍ୟକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ଇସାକ ବେଗ ପରିଚାଳନା କରିଥିବା ବେଳେ ତାଙ୍କୁ ଭବାନୀ ଶଙ୍କର ଦେ, ରାମକୃଷ୍ଣ ସାହୁ ଓ ନିର୍ମେଳେନ୍ଦୁ ଜେନା ପ୍ରମୁଖ ଆଇନଜୀବୀ ମାନେ ସହଯୋଗ କରିଥିଲେ।

Post a Comment