ବିଜେପୁରଠାରେ ୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ


ଭବାନୀପାଟଣା ୨୫/୩ (ଶ୍ୟାମସୁନ୍ଦର ମାଝୀ) କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଠାରେ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ୪ର୍ଥ ବାଟାଲିୟନ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡେଡ୍ ଉମାକାନ୍ତ ବି ଗିରାଡକର ଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଓ ସମ୍ମାନିତ ଅତିଥିଭାବେ ବିଜେପୁର ଥାନା ଦ୍ୱିତୀୟ ଅଧିକାରୀ ରମେଶ କୁମାର ରେଡ୍ଡୀ, ବିଜେପୁର ସରପଞ୍ଚ ଜନନୀ ମାଝୀ, ୱାର୍ଡ଼ ସଭ୍ୟ ରାଜେଶ୍ କୁମାର ନାଏକ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପୁର, କଦଳିକାନି, ଜଲ୍ କିର୍ଡା, ମେଲବାହାଲି, ଗୋପିଗୁଡ଼ା, ପ୍ରଧାନୀପଡ଼ା, କାନକସର୍ପା, ସୁନାଖଡ଼ିକା, ପୁରନାପାନି, ପାହାଡ଼ପଦର୍, ମାଲିପଡ଼ା, ଏହି ପରି ୧୧ଗୋଟି ଗ୍ରାମର ୧୦୯ ଜଣ ଗରିବ ମହିଳା ମାନଙ୍କୁ ଶାଡ଼ି ଓ ୧୦୦ ଜଣ ଗରିବ ପୁରୁଷ ମାନଙ୍କୁ ଲୁଙ୍ଗି ପ୍ରଦାନ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅମିତ୍ ସାହୁ, ରୁପଶିଙ୍ଗ ମାଝୀ, ଅଜୟ ସିଂହ, ରାହୁଲ୍ ମାଝୀ, ବିକାଶ ଗୁପ୍ତା, ବାଲାକ୍ରିଷ୍ଣା ନାୟକ, ବିଶ୍ୱଜିତ୍ ରାୟ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପରିଚାଳନା କରିଥିଲେ । ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଇଥିଲା । ୪ର୍ଥ ବାହିନୀର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ଓ ଉପସ୍ଥିତ ଅଞ୍ଚଳ ବାସୀଙ୍କ ପାଇଁ ଆହାର ବ୍ୟବସ୍ଥା କରାଯାଇଥିଲା ।

Post a Comment

Previous Post Next Post