ପରିତକ୍ତ୍ୟ କୂଅରୁ ବଳଦ ଉଦ୍ଧାର


ହରଭଙ୍ଗା :୨୫/୩ (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର ଏକ ପରୀତକ୍ତ୍ୟ କୂଅରୁ ଆଜି ଶନିବାର ଏକ ବଳଦ ଉଦ୍ଧାର କରାଯାଇଛି!ଘଟଣା ଅନୁଯାଇ ଆଜି ପ୍ରାୟ ସକାଳ ୯ଘଣ୍ଟା ସମୟରେ ରାମଗଡ ଗ୍ରାମର ଶୁକୃ ଜଗଦଲା ଙ୍କ ଏକ ବଳଦ କୋଇଲି ସୂତା ଗ୍ରାମର ଏକ ପରୀତକ୍ତ୍ୟ କୂଅରେ କୋଣସି କାରଣ ବଶତଃ ପଡି ଯାଇଥିଲା!ନିଜ ପକ୍ଷେ କୂଅରୁ କାଢ଼ିବାକୁ ସକ୍ଷମ ନହେବାରୁ ଚାରିଛକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା!ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ବହୁ ପରିଶ୍ରମ କରି କୂଅରୁ ବଳଦକୁ ଉଦ୍ଧାର କରିଥିଲେ!ଏହି ଉଦ୍ଧାର କାର୍ଯ୍ୟକ୍ରମ ରେ ଅଗ୍ନିଶମ ବାହିନୀ ସହିତ ଗ୍ରାମର ବିଜୟ ଦେହୁରୀ, ରାଜୀବ ବେହେରା, ସୁନିଲ ବେହେରା, ବିପୁନ ବେହେରା ଆଦି ଯୁବ ସ୍ୱେଚ୍ଛାସେବି ମାନେ ସାହାଯ୍ୟ କରିଥିଲେ।

Post a Comment

Previous Post Next Post