ଗଣ ମାଧ୍ୟମ ଙ୍କ ଫୋନ କଳରେ ତପ୍ତରତା ଦେଖେଇ ଅସହାୟ ବୃଦ୍ଧା ମହିଳାଙ୍କୁ ବକେୟା ଥିବା ଦୁଇ ମାସ ର ଭତା ଟଙ୍କା ପ୍ରଦାନ କଲେ ପଞ୍ଚାୟତ ପିଇଓ


ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କର୍ଲାକୋଟ୍ ପଞ୍ଚାୟତ ସର୍ଗୀମୁଣ୍ଡା ର ହାପେନ ଚିନ୍ଦା ବୟସ ୭୨ ବର୍ଷ ଉକ୍ତ ଅସହାୟ ବୃଦ୍ଧାଙ୍କ କେହି ନାହାନ୍ତି ତାର ଘର ଦ୍ଵାର ମଧ୍ୟ ନାହିଁ ଜଣ ଅନ୍ୟ ଲୋକଙ୍କ ଘରେ ସାହାରା ମାଗି ରହିଛନ୍ତି । ଅସହାୟ ବୃଦ୍ଧା ବିଧବା ମହିଳାଙ୍କୁ ମାସିକ ଭତ୍ତା ଆକାରରେ ପାଞ୍ଚସହ ଟଙ୍କା ମିଲୁଥିଲା । କିନ୍ତୁ ଦୁଇ ମାସ ହେଲା ଅସହାୟ ବୃଦ୍ଧା ବିଧବା ମହିଳାଙ୍କୁ ଭତ୍ତା ଟଙ୍କା ମିଲୁ ନଥିବା ଅଭିଯୋଗ କରିଥିଲେ ।


ସ୍ତାନୀୟ ପଞ୍ଚାୟତ ପ୍ରଶାସନ ଙ୍କୁ ଜଣେଇଲା ପରେ ପଞ୍ଚାୟତ ର ଅଧିକାରୀ ମାନେ ଜମା ଖାତାରେ ପଢୁଥିବା ବୋଲି କହିଥିଲେ କିନ୍ତୁ ବ୍ୟାଙ୍କ କୁ ଜାଇ ଯାଂଚ କଲା ବେଳେ ପଡି ନଥିବା ବ୍ୟାଙ୍କ୍ କର୍ମଚାରୀ ମାନେ କହିଥିଲେ ଫଳରେ ତାର ଖାଇବା ଓ ଚଳିବା ରେ ବହୁ କଷ୍ଟ ସାମ୍ନା କରିବାକୁ ପଡୁଥିଲା ପରେ ଶେଷରେ ପଡୋଶୀ ଲୋକଙ୍କୁ କିଛି କିଛି ଖାଇବାକୁ ମାଗି ଚଳି ଯାଉଥିଲା । ଏଖବର ଶୁଣି ଯୁବ ସାମ୍ବାଦିକ ତଥା ସାମାଜ ସେବୀ ଅଜିତ ବେହେରା ଓ ରଖିରାମ ଦଳ ସଙ୍ଗେ ସଙ୍ଗେ କର୍ଲାକୋଟ୍ ପଞ୍ଚାୟତ ର ପିଇଓ ଗୁ୍ରଜୁ ହଂସ ଙ୍କୁ ଜଣାଇ ଲା ପରେ ସଙ୍ଗେ ସଙ୍ଗେ ଅସହାୟ ବୃଦ୍ଧା ବିଧବା ମହିଳା ଙ୍କ ଘରେ ଜାଇ ଭତ୍ତା ଟଙ୍କା ପ୍ରଦାନ କଲେ ଓ ଆଗାମୀ ଦିନରେ ମଧ୍ୟ ଭତ୍ତା ଟଙ୍କା ଘରକୁ ଆଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Post a Comment

Previous Post Next Post