ଭୁବନେଶ୍ୱର ୨୮|୩ (ଆଜତକ ଓଡିଶା ବ୍ୟୁରୋ) ଶିକ୍ଷା ପୋଥି ଗତ ନହୋଇ କିୟାଶୀଳ ହେବା ଉଚିତ। ଆମେ ପଢ଼ିବା , ବଢ଼ିବା ଓ ଗଢିବା ସହ ଉତ୍ତମ ସେବା ମନୋବୃତ୍ତିଧାରି ଚରିତ୍ରବାନ ମଣିଷ ହେବା ବୋଲି ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱରସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜୁନିଅର ରେଡକ୍ରସ ତାଲିମ ଶିବିରର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଭୁବନେଶ୍ୱର ମେୟର ତଥା ବର୍ତ୍ତମାନ ଭୁବନେଶ୍ୱର(ମଧ୍ୟ) ନିର୍ଵାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ମତପ୍ରକାଶ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟଜୁନିୟର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ବାଇଁଙ୍କ ପରିଚାଳିତ ଶିବିରରେ ଅନ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଗୁରୁ ତଥା ପ୍ରତିଯୋଗିତାର ବିଚାରକ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଓ ନୀଳାଚଳ ପଲିଟେକନିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର ଉପସ୍ଥିତ ଥିଲେ । ସକାଳୁ ସର୍ବଧର୍ମ ପ୍ରାର୍ଥନା, ଯୋଗାଭ୍ୟାସ ,ସଫେଇ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। ସାଧନ କର୍ମି ମୂରଲୀଧର ପରିଡା ରେଡକ୍ରସ୍ ଗୀତ ବିଷୟରେ, ଜାତୀୟ ସ୍ତର ତାଲିମଦାତା ଡ଼. ସତ୍ୟ ନାରାୟଣ ହୋତା ବିଦ୍ୟାର ସୁରକ୍ଷା ବିଷୟରେ, ଡାକ୍ତର ବିକାଶ ପ୍ରସାଦ ପ୍ରାଥମିକ ଚିକିତ୍ସା ବିଷୟରେ ଡ. ମହମ୍ମଦ ଇର୍ଫାନ ଅଲ୍ଲୀ ନିଶାମୁକ୍ତ ବିଦ୍ୟାର ପରିସର ବିଷୟରେ ଶିକ୍ଷଣ କାର୍ଯ୍ୟ ସମାପନ କରିଥିଲେ । ଡ଼. ଅଲ୍ଲୀ ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନଙ୍କୁ ନିଜକୁ , ନିଜ ପରିବାରକୁ ନିଜ ସମାଜକୁ କିପରି ନିଶାମୁକ୍ତ କରିପାରିବ ତାହା ଉପରେ ବିଶେଷ ଭାବରେ ସୂଚନା ଦେବା ସହ ଶପଥ ପାଠ କରାଇଥିଲେ । ଯାହାଦ୍ୱାରା ଏକ ନିଶାମୁକ୍ତ ସମାଜ ଗଠନ କରିପାରିବାରେ ରେଡ଼କ୍ରସ ସହାୟତା ହେଉ । କାର୍ଯ୍ୟକ୍ରମରେ ଉପେନ୍ଦ୍ର ଦାଶ ,ରବିଚନ୍ଦ୍ର ପଶାୟତ, ଯଜ୍ଞଶ୍ୱର ପଣ୍ଡା , ସ୍ନିଗ୍ଧା ରାଣୀ ସ୍ବାଇଁ, ରାମ ନାରାୟଣ ଦାଶ, ତୋଫାନ କୁମାର ରାଉତରାୟ, ସଂଜୀବ ଦାଶ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା।

Post a Comment