ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ


ସୋନପୁର (ସର୍ଜନ କୁମାର ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଗଡିଆ ଠାରେ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନେଲୀ ନରୱାଣେ ମୁଖ୍ଯ ଅତିଥି ଭାବେ ଉଦଘାଟନ କରିଥିଲେ । ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ,ସରପଂଚ ଜ୍ୟୋସ୍ନାମୟୀ ମେହେର, ଜିଲ୍ଲା ପରିଷଦ ସଦସ୍ଯା ଙ୍କ ପ୍ରତିନିଧି କରମଚାନ୍ଦ ମହାନ୍ତି,ସୋନପୁର ରେଆର ଉପଦେଷ୍ଟା ଗୌରିଶ୍ୟାମ ପଣ୍ଡା, ସମାଜସେବି ଘାସିରାମ ପଣ୍ଡା, ଜୟ ଜଗନ୍ନାଥ ଛତୁ ଉତ୍ପାଦନ କେନ୍ଦ୍ର ର ସଭାପତି ସରୋଜିନୀ ଭୋଇ, ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ଯାମାନେ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଏହି ଛତୁ କେନ୍ଦ୍ର ଟି ଏକ୍ସନ୍ ଏଡ୍ ଏସୋସିଏସନ ଭୂବନେଶ୍ୱର ସହାୟତା ରେ ଏବଂ ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନ (ରେଆର) ସୋନପୁର ସହଯୋଗିତା ରେ ପ୍ରତିଷ୍ଠା ହୋଇପାରିଛି। ଏହି ଛତୁ କେନ୍ଦ୍ର ହେବାଦ୍ୱାରା ସ୍ଥାନୀୟ ଚାଷୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ବିଶେଷ ଲାଭ ହେବେ ବୋଲି ଉପସ୍ଥିତ ଅତିଥି ଗଣ କହିଛନ୍ତି ।

Post a Comment

Previous Post Next Post