ଡ୍ରାଇଭର ମହାସଂଘ ପକ୍ଷରୁ ବାଲିଆପାଳ ବ୍ଲକ ସମ୍ମୁଖରେ ଧାରଣ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଦଶ ଦଫା ଦାବି ନେଇ ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି,ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟରେ ୨୦ ଲକ୍ଷ ଟଙ୍କାର ବୀମାରାଶି, ରାଜରାସ୍ତାର ପ୍ରତ୍ୟକ ୧୦୦ କିଲୋମିଟରରେ ବିଶ୍ରାମ ଗୃହ, ଡ୍ରାଇଭର ସୁରକ୍ଷା, ନେଇ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ତେବେ ବସ୍ତା ଡ୍ରାଇଭର ମହାସଂଘ ପକ୍ଷରୁ ୬୦ ନଂ ଜାତୀୟ ରାଜପଥ ,ବାଲିଆପାଳରେ ବ୍ଲକ ଛକ ଠାରେ ଆନ୍ଦୋଳନ କରାଯାଇଛି,ତେବେ ଏହି ଆନ୍ଦୋଳନ ରେ ବାଲିଆପାଳ ସ୍ୱାଭିମାନି ମଞ୍ଚ ଆବାହକ ସତ୍ୟକାମ ମହାନ୍ତି ଯୋଗଦେଇ ,ଯେ ପଯ୍ୟନ୍ତ ଡ୍ରାଇଭର ଭାଇ ମାନଙ୍କର ଦାବି ସରକାର ପୂରଣ ନକରନ୍ତି ସେପଯ୍ୟନ୍ତ ସ୍ୱାଭିମାନି ମଞ୍ଚ ସମର୍ଥନ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି , ଜରୁରୀ କାଳୀନ ଯାନକୁ ଛାଡି ଦେବା ସହିତ ପରିବହନ କରୁଥିବା ଗାଡ଼ିକୁ ଅଟକାଇ ଡ୍ରାଇଭର ମାନଙ୍କ ହକ ପାଇଁ ଏହି ଆନ୍ଦୋଳନ କରାଯାଉଛି ଏଥିରେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଜଣାଇ ଛାଡି ଦେଉଥିବା ଦେଖିବାକୁ ମିଳିଥିଲା

Post a Comment

Previous Post Next Post