ଭବାନୀପାଟଣା:୧୫/୩ (ଶ୍ୟାମସୁନ୍ଦର ମାଝୀ) କେଉଁ ପୁରାତନ କାଳରୁ ପାଳି ଆସୁଥିବା ପରମ୍ପରା ଏବେ ବି ବଞ୍ଚି ରହିଛି । ଏହିଭଳି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଆଦିବାସୀ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ପାହାଡ଼ପଦର ଗ୍ରାମପଞ୍ଚାୟତ ଜିରାଗାଁରେ ଆଦିବାସି ପରମ୍ପରା ଅନୁଯାୟୀ ଏହି ମା ବହଲେନ ପୂଜା କରିବା ଦ୍ଵାରା ଲୋକଙ୍କ ବିଶ୍ୱାସ ଯେ ଗାଁ ର ରୋଗ ବ୍ୟାଧି ଦୂର ହେବା ଶହ ଚାଷ ରେ ଭଲ ଅମଳ ହୋଇ ଥାଏ । କ୍ରମ ଯୁଗ ଯୁଗାନ୍ତରୁ ପାଳନ କରାଯାଉଛି ଓ ଦୁଇହାଜର ଅଠର ମସିହାରେ ଥରେ ପାଳନ କରାଯାଇଥିଲା ।
ଏହା ଆଦିବାସି ପରମ୍ପରାକୁ ନେଇ ଆଉ ଥରେ ଗାଁ ର ସମସ୍ତେ ଏକତ୍ରିତ ହୋଇ ପୁଣି ଚଳିତ ମସିହାରେ ମା ବହଲେନ ପୂଜା ଯାତ୍ରା ପାଳନ କରାଯାଇଛି ଅତୀତର ପରମ୍ପରାକୁ ନ ଭୁଲି ଆଦିବାସି କୁଟିଆ କନ୍ଧ ମାନେ ପରମ୍ପରା ପ୍ରକୃତିକୁ ନେଇ ୫ବର୍ଷ କୁ ଥରେ ମା ଠାକୁରାଣୀଙ୍କ ଦର୍ଶନ କରି ଅତି ଆନନ୍ଦରେ ଅତି ସୁନ୍ଦର ଭାବରେ ଏହି ଦିନଟି କୁ ପାଳନ କରାଯାଉଛି ଏହି ଦିବସରେ ଗାଁର ସମସ୍ତେ ମା ବାପା ଭାଇ ଭଉଣୀ ଯେତେବି ଗ୍ରାମବାସୀ ଏହି ଦିନରେ ସମସ୍ତେ ଗାଁ ରେ ହିଁ ରହିବେ ମାଠାକୁରାଣୀ ମା ମାତାଙ୍କୁ କେହି ପଛେଇ କରି କେହି କୁଆଡେ ଯିବେ ନାହିଁ ଏହା ହେଉଛି ଆମ ଆଦିବାସି ପରମ୍ପରାଏହି ଦିବସରେ ସବୁକିଛି କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ହୋଇଥାଏ ଗାଁ ର ମୁଖ୍ୟ ଲୋକ ଓ ଯୁବ କମିଟି ଅତି ସୁନ୍ଦର ଭାବରେ ନିଜ ନିଜର କାର୍ଯ୍ୟକ୍ରମ କୁ ତୁଲାଇ ଥାଆନ୍ତି ।
Post a Comment