କଣ୍ଟାବାଞ୍ଜି ୧୫/୦୩ (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ରୁ ତୁରେକେଲା ଯାଉଥିବା ସମୟରେ ତୁରେକେଲା ନିବାସୀ ୭୦ ବର୍ଷୀୟ ଶ୍ରୀ ଚଏତୁ ପୁଟେଲ ଭାରସାମ୍ୟ ହରାଇ ଲର୍କି ପେଟ୍ରୋଲ ପମ୍ପ ପାଖରେ ବାଇକରୁ ପଡିଯାଇ ଗୁରୁତର ଆହତ ହୋଇଥିଲେ।ଠିକ ସମୟରେ ରକ୍ଷକ ତଥା ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ତୁରେକେଲା ଡାକ୍ତରଖାନାକୁ ବାଇକ ଯୋଗେ ନେବାର ବ୍ୟବସ୍ଥା କରିଥିଲେ।ଦୁର୍ଘଟଣା ଯୋଗୁଁ ପୁଟେଲଙ୍କ ମୁଣ୍ଡ ଓ ଶରୀରରୁ ରକ୍ତ ସ୍ରାବ ହେଉଥିଲା।ଡାକ୍ତରଖାନାରେ ପହଞ୍ଚିବା ପରେ ଆୟୁଷ ଡାକ୍ତର ଶାନ୍ତିଲତା ସୁବୁଦ୍ଧି ତୁରନ୍ତ ଚିକିତ୍ସା କରିଥିଲେ।ପରବର୍ତ୍ତୀ ସମୟରେ ଶ୍ରୀ ପୁଟେଲଙ୍କ ସ୍ଥିତିରେ ସୁଧାର ନଆସିଲେ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ ଉପସ୍ଥିତ ସମାଜସେବୀମାନେ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ।ତୁରେକେଲା ଭଳି ଏକ ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିଥାଏ।ଉଚିତ ସମୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ଦାଶ ସେମାନଙ୍କୁ ସେବା ଯୋଗାଇ ଦେଉଥିବାରୁ ତାଙ୍କରି ଏତାଦୃଶ ସେବା କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

Post a Comment