ବିଦ୍ୟୁତ୍ ବିଭାଗ ର ନିଘା ନାହିଁ କୌଣସି ସମୟରେ ଯାଇପାରେ ଜୀବନ


କଣ୍ଟାମାଳ ; (ମନଧରକର୍ମୀ)ବିଦ୍ୟୁତ୍ ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ କୌଣସି ସମୟରେ କାହାର ଜୀବନ ଚାଲିଯିବାର ଆଶଙ୍କା ଦେଖାଯାଉଛି ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲୁତାଯୋର ଗ୍ରାମପଞ୍ଚାୟତର ଫାଷେଡ ଗ୍ରାମର କଥା। ଏହି ଗ୍ରାମର ତିନିଛକିଆ ଠାରେ ଏକ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଛି, ଯାହାଫଳରେ କୌଣସି ସମୟରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ କାହାର ଜୀବନ ଚାଲି ଯିବାର ସମ୍ଭାବନା ରହିଛି। ବିଦ୍ୟୁତ୍ ବିଭାଗ କୁ ଗ୍ରାମବାସୀ ଅନେକ ଥର ଅଭିଯୋଗ କଲେ ସୁଦ୍ଧା ବିଦ୍ୟୁତ୍ ବିଭାଗ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହୁଛନ୍ତି। ଏଣୁ ତୁରନ୍ତ ଏହି ବିଦ୍ୟୁତ୍ ଖୁଣ୍ଟ କୁ ଅନ୍ୟଜାଗା ରେ ପୋତିବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Post a Comment

Previous Post Next Post