ଭବାନୀପାଟଣା/ଧର୍ମଗଡ ୨୬/୩ (ଶ୍ୟାମସୁନ୍ଦର ମାଝୀ) ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡ଼ା ଧାନମଣ୍ଡି ପରିସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚାଇଲ୍ଡ ଫଣ୍ଡ ଓ ଦାବତା ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଟିପିଗୁଡ଼ା ପଞ୍ଚାୟତ ଅନ୍ତରଗତ ଚାଳିଶ ଜଣ ମହିଳା ଓ ପୁରୁଷ ଚାଷୀମାନଙ୍କୁ ଦୁଇ ଦିନିଆ କୃଷି ତାଲିମ ପ୍ରଦାନ କରାଯାଇଛି।ଏହି ତାଲିମ ଶିବିରରେ ତାଲିମ ଦାତା ସୌରଭ ସହୁ ଉପସ୍ଥିତ ଚାଷୀ ମାନଙ୍କୁ ସମନ୍ୱିତକୃଷୀ ଓ ପ୍ରାକୃତିକ ପ୍ରଣାଳୀରେ କିପରି ଭାବରେ ଚାଷ କରିଚାଷୀମାନେ ଅଧିକ ଲାଭବାନ ହେବେ ତାହା ଖୁବ୍ ସୁନ୍ଦର ଭାବେ ତାଲିମ ଦେଇଥିଲେ । କୃଷକ ମାନେ ଧାଡ଼ି ପ୍ରଣାଳୀରେ ଧାନ ଚାଷ କରିବା ,ବିହନ ବିଶୋଧନ କିପରି କରିବା, ବିହନକୁ କିପରି ତଳି ପକାଇବା ତାହା ଚାଷୀ ମାନଙ୍କୁ ତାଲିମ ଦେଇ ଥିଲେେ । ତାଲିମ ଶିବିରରେ ପଞ୍ଚାୟତର କୋତମେର, ରଏନଗୁଡା , ରାଜପୁର, ଟିପିଗୁଡ଼ା, ବୋକ୍ରାସିଲ, ସରଧାପୁରପଡ଼ା,ଟେକପଡ଼ା ର ଚାଷୀ ଅଂଶ ଗ୍ରହଣ କରିଥିଲେ। ଉକ୍ତ ଶିବିରକୁ କ୍ଷେତ୍ର ପରିଦର୍ଶକା ନାମିତା ନାୟକ, ଗୋଷ୍ଠୀ ସଙ୍ଗଠିକା ଲତା ମଞ୍ଜୁରୀ ପ୍ରଧାନୀ ଗୋଷ୍ଠୀ ସଂଗଠକ ରାଜାରାମ ନାଏକ, ଜଗଦୀଶ ନାଏକ , ମହେନ୍ଦ୍ର ମାଝି, ଟୁକୁ ପଣ୍ଡା ସାହାଯ୍ୟ ସହଯୋଗ କରିଥିଲେ।ସଂଗଠନ ର ଏପରି କାର୍ଯ୍ୟ ପାଇ ଅଞ୍ଚଳର ଚାଷୀ ମାନେ ଅନୁଷ୍ଠାନ କୁ ଧନ୍ୟବାଦ୍ ଦେବା ସହ ପ୍ରଶଂସା କରିଛନ୍ତି ।

Post a Comment