ହରଭଙ୍ଗା ସେବା ସମବାୟ ରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସୁମଞ୍ଜିଲାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅରୁଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ BCCB ପୁରୁଣାକଟକ ଶାଖା ପରିଚାଳକ ସୌମ୍ୟଜିତ ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ବୌଦ୍ଧ ୧୨ନଂ ଜୋନ ର ଜୋନାଲ ଡାଇରେକ୍ଟ - ସୁବୋଧ ପ୍ରଧାନ, ସମିତି ର ସମ୍ପାଦକ ନିର୍ମଳ ବାରିକ ଯୋଗ ଦେଇଥିଲେ! ରାଜ୍ୟ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା କୃଷି ଋଣ ଦ୍ୱାରା ଚାଷୀ ମlନେ କିପରି ଉପକୃତ ହେବା ନେଇ ବ୍ୟାଙ୍କ ସଭାପତି ଅବଗତ କରାଇଥିଲେ । କିନ୍ତୁ ଏଠାରେ ଏକ ବିରଳ ଚିତ୍ର ଦେଖିବାକୁ ମିଳିଲା ପ୍ରାୟ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମବାୟ ରେ ସଫଳ କୃଷି, ସଫଳ ଋଣୀ ହିସାବରେ କୋଣସି ଚାଷୀଙ୍କୁ ସମ୍ମାନୀତି ନ କରିଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ହୋଇଛି।

Post a Comment

Previous Post Next Post