ବର୍ତ୍ତନା ଶ୍ରୀ ଶ୍ରୀ ହରି ସମାଜ ରେ ୨୪ ପ୍ରହର ନାମ ସଙ୍କୀର୍ତ୍ତନ ଉଦ୍ଦଘାଟିତ


ଜଳେଶ୍ବର ୩୧/୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବର୍ତ୍ତନା ଗ୍ରାମରେ ଶ୍ରୀ ଶ୍ରୀ ହରି ସମାଜ ଠାରେ ୨୪ ପ୍ରହର ନାମ ସଙ୍କୀର୍ତ୍ତନ ଗତ କାଲି ସନ୍ଧ୍ୟାରେ ଉଦ୍ଦଘାଟିତ ହୋଇ ଯାଇଛି। ଉକ୍ତ ଉତ୍ସବକୁ ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତି, ବରିଷ୍ଠ ଆଇନଜୀବି ରାମଚନ୍ଦ୍ର ଜେନା, ଗ୍ରାମର ବରିଷ୍ଠ ବ୍ୟକ୍ତି ହରିଶ ଚନ୍ଦ୍ର ଜେନା, ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ୧୯୪୧ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ହୋଇ ଆସୁଥିବା ବେଳେ ୨୦୨୧ ମସିହା ଠାରୁ ଅଦ୍ୟାବଧି ୨୪ ପ୍ରହରୀ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଛି। ପ୍ରାୟ ବହୁ ଲୋକ ଉତ୍ସବ କୁ ଆସି ନାମ ସଙ୍କୀର୍ତ୍ତନ ଉପଭୋଗ କରିବା ସହିତ ପ୍ରସାଦ ସେବନ କରିଥାନ୍ତି। ପରିଚାଳନା କମିଟି ର ସଭାପତି ଗଦାଧର ଜେନା, ସମ୍ପାଦକ ହରେକୃଷ୍ଣ ଜେନା, କୋଷାଧ୍ୟକ୍ଷ ହେମନ୍ତ କୁମାର ମହାଳିକ, ସଭ୍ୟ ଜଗଦିଶ ଜେନା, ସର୍ବେଶ୍ଵର ଜେନା, ବାସୁଦେବ ଜେନା, ରବିନ୍ଦ୍ର ଜେନା, ମନ୍ମଥ ଜେନା, ବିଜୟ ଜେନା, ଶମ୍ଭୁ ନାଥ ଜେନା, ପ୍ରଶାନ୍ତ ମହାଳିକ, ହିମାଂଶୁ ଶେଖର ଜେନା, ଗୌରାଙ୍ଗ ଜେନା ଓ ରବିନ୍ଦ୍ର ନାଥ ଜେନା ପ୍ରମୁଖ ସଭ୍ୟ ତଥା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Post a Comment

Previous Post Next Post