ଗୋଳାମୁଣ୍ଡା ୨୭/୩ (ଶିବ ପ୍ରସାଦ ରାଉତ) କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚାୟତର ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଗ୍ରାମବାସୀ ପକ୍ଷରୁ ତାଲାବନ୍ଦ କରାଯାଇଛି । ସୂଚନାରୁ ପ୍ରକାଶ ଯେ ଏହି ଗ୍ରାମରେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ବେସରକାରୀ ସ୍ତରରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଥିଲେ ମଧ୍ୟ ସରକାରୀ ପ୍ରାପ୍ତ ନ ହେବାରୁ ଶିକ୍ଷକ ମାନଙ୍କର ମନବଲ ଦିନକୁ ଦିନ କମିଯାଉଛି ଯାହା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟ ସ୍କୁଲ ପ୍ରତି ଭରଷା ତୁଟି ଯାଉଛି । ଗଣ୍ଡାମେର ଠାରୁ ୩ କିମି ଦୂରତାରେ ଅବସ୍ଥିତ ସର୍ଗିଗୁଡା ଗ୍ରାମ । ଏହି ଗ୍ରାମରେ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଥିବାରୁ ଗଣ୍ଡାମେର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଗଣ୍ଡାମେର ଗ୍ରାମର ସରକାରୀ ବିଦ୍ୟାଳୟରେ ଷଷ୍ଠ ,ସପ୍ତମ ଓ ଅଷ୍ଟମ ଶ୍ରେଣୀ ସରକାରୀ ସ୍ତରରେ ସଂଯୋଗ କରିବାକୁ ଗ୍ରାମବାସୀ ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ ତାଲାବନ୍ଦ କରି ଆନ୍ଦୋଳନରେ ଅଧିକାଂଶ ମହିଳା ଓ ପୁରୁଷ ବସିଥିବା ଦେଖିବାକୁ ମିଳିଛି । ଗୋଳାମୁଣ୍ଡା ବିଇଓ ନବକିଶୋର ସାହୁ ଓ ଏବିଓ ଲବଣି କୁମାର ନାଏକ ଧାରଣା ସ୍ଥଳରେ ପହଞ୍ଚି ବୁଝସୁଝା କରିଥିଲେ । ହେଲେ ନିଜର ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି ।

Post a Comment